କାର୍ଯ୍ୟାଳୟ ସିଲ ପରେ ରାସ୍ତାକଡରେ ଜନଶୁଣାଣି କଲେ ଭୁବନେଶ୍ୱର ସାସଂଦ । କହିଲେ ମୁଖ୍ୟମନ୍ତ୍ରୀଙ୍କୁ ଲେଖିଛି ୮ଟି ପ୍ରଶ୍ନ ସମ୍ବଳିତ ଚିଠି, ପ୍ରମାଣ ସ୍ୱରୂପ ଦେଇଛି ଭିଡିଓ, ଫଟୋ : ଜନ ଶୁଣାଣିରେ ଗହଳିକୁ ନେଇ କହିଲେ କୋଭିଡ ନିୟମ ପରିଚାଳନା କରିବା ସରକାରଙ୍କ କାମ

227

କନକ ବ୍ୟୁରୋ : କୋଭିଡ ନିୟମ ଉଲ୍ଲଂଘନ ମାମଲାରେ ବିଜେଡିକୁ ଟାର୍ଗେଟ କରିଛନ୍ତି ସାଂସଦ ଅପରାଜିତା ଷଡଙ୍ଗୀ । ଆଜି ମୁଖ୍ୟମନ୍ତ୍ରୀଙ୍କୁ ୮ଟି ପ୍ରଶ୍ନ ସମ୍ବଳିତ ଚିଠି ଲେଖିଛନ୍ତି ଭୁବନେଶ୍ୱର ସାଂସଦ । ସେହିପରି କୋଭିଡ ଉଲ୍ଲଂଘନ ନେଇ କିଛି ଫଟୋ ଓ ଭିଡିଓ ମଧ୍ୟ ପଠାଇଛନ୍ତି । ଗତକାଲି ସାମ୍ବାଦିକ ସମ୍ମିଳନୀ କରି ବିଜେଡି ନେତା ଓ ମନ୍ତ୍ରୀଙ୍କ ବିଭିନ୍ନ କାର୍ଯ୍ୟକ୍ରମର ଫଟୋ ଦେଖାଇଥିଲେ ଅପରାଜିତା ।

ବିଜେଡି କାର୍ଯ୍ୟାଳୟରେ ହୋଇଥିବା ବିଭିନ୍ନ କାର୍ଯ୍ୟକ୍ରମର ଫଟୋ ଦେଖାଇ ବିଜେଡି ପାର୍ଟି ଅଫିସ୍ କେବେ ସିଲ କରାଯିବ ବୋଲି ପ୍ରଶ୍ନ କରିଥିଲେ ଅପରାଜିତା । ଆଜି ମୁଖ୍ୟମନ୍ତ୍ରୀଙ୍କ ୮ଟି ପ୍ରଶ୍ନ ସମ୍ବଳିତ ଚିଠି ଲେଖିବା ସହ ଭିଡିଓ, ଫଟୋ ପଠାଇଛନ୍ତି ।

ସଂପୃକ୍ତ ଉଲ୍ଲଂଘନକାରୀଙ୍କ ବିରୋଧରେ କଣ ପଦକ୍ଷେପ ନିଆଯିବ ତାକୁ ଅପେକ୍ଷା କରିଥିବା ସେ କହିଛନ୍ତି । ସେହିପରି ଅପରାଜିତାଙ୍କ କାର୍ଯ୍ୟାଳୟକୁ ସିଲ କରାଯାଇଥିବାରୁ ସେ କାର୍ଯ୍ୟାଳୟ ବାହାରେ ଜନ ଶୁଣାଣି କରିଛନ୍ତି । ଗଣମାଧ୍ୟମ ପ୍ରତିନିଧିଙ୍କ ପ୍ରଶ୍ନର ଉତର ଦେଇ ଅପରାଜିତା କହିଛନ୍ତି ତାଙ୍କ ମନରେ କାହା ପ୍ରତି ଆକ୍ରୋଶ ନାହିଁ ।

ତାଙ୍କ କାର୍ଯ୍ୟାଳୟକୁ ଉଦ୍ଦେଶ୍ୟମୂଳକ ଭାବେ ସିଲ କରାଯାଇଛି । ଏଣିକି ଭୁବନେଶ୍ୱରରେ ୩ଟି ଜାଗାରେ ୧୫ ଘଂଟା କାମ କରିବେ, ସେଠାରେ ଲୋକ ଗହଳି ହେଲେ ପ୍ରଶାସନ ଦାୟୀ ରହିବେ, କେମିତି କୋଭିଡ ନିୟମ ପାଳନ କରାଯିବ ସେଇଟା ପ୍ରଶାସନର କାମ ବୋଲି କହିଛନ୍ତି ଅପରାଜିତା ଷଡଙ୍ଗୀ ।