‘ମୋ ବାପା ତାରା ହୋଇଗଲେ’ ! ସହିଦ ପିତାଙ୍କୁ ଦେଖିବା ପରେ କୁନି ଝିଅର ଏହି କଥା ଶୁଣି ସ୍ତବ୍ଧ ହୋଇଗଲା ପରିବେଶ ।

36

ଜମ୍ମୁ-କଶ୍ମୀର ମୁଖ୍ୟମନ୍ତ୍ରୀ ମେହବୁବା ମୁଫତୀଙ୍କ ଅନୁରୋଧ କ୍ରମେ କେନ୍ଦ୍ର ସରକାର ଜମ୍ମୁ-କଶ୍ମୀରରେ ଅପରେସନ୍ ରୋକିବା ନିଷ୍ପତ୍ତି ନେଇଥିଲେ । ଏହି ନିଷ୍ପତ୍ତି ରମଜାନର୍ ପବିତ୍ର ମାସ ପାଇଁ ନିଆଯାଇଥିଲା । ମାତ୍ର ସରକାରଙ୍କର ଏହି ନିଷ୍ପତ୍ତି ଏବେ ସାଧାରଣ ଜନତା ଓ ସୁରକ୍ଷା ବଳ ଉପରେ ଭାରି ପଡ଼ିଛି । ନିକଟରେ ପାକିସ୍ତାନୀମାନଙ୍କ ଗୁଳିରେ ଅଖନୁରରେ ଜଣେ ୮ ମାସର ଶିଶୁକନ୍ୟାର ମୃତ୍ୟୁ ଘଟିଥିଲା । ସେହିପରି ଡେରାଡୁନର ଅଧିବାସୀ କମାଣ୍ଡାଣ୍ଟ୍ ଦୀପକ ନୈନବାଲ ବି ଆତଙ୍କବାଦୀଙ୍କ ସହ ମୁହାଁମୁହିଁ ହେବା ସହ ଦୀର୍ଘ ୪୦ ଦିନ ଧରି ମୃତ୍ୟୁ ସହ ସଂଘର୍ଷ କରିବା ପରେ ସହିଦ ହୋଇଛନ୍ତି । ସେହି ବୀର ସହିଦଙ୍କ ମର ଶରୀରକୁ ଯେତେବେଳେ ଡେରାଡୁନ ଅଣାଗଲା ସେଠାରେ ଥିବା ତାଙ୍କ ଝିଅର କରୁଣ କାନ୍ଦ ବେଳର ଏକ ଫଟୋ ଏବେ ସୋସିଆଲ୍ ମିଡିଆରେ ଘୂରିବାରେ ଲାଗିଛି ।

ସହିଦ କମାଣ୍ଡାଣ୍ଟ୍ ଦୀପକ ନୈନବାଲଙ୍କ ୫ ବର୍ଷର ଝିଅ ସମୃଦ୍ଧି ଏକଥା ବୁଝିପାରି ନାହିଁ ଯେ ତା’ ବାପା ଦେଶ ପାଇଁ ନିଜର ପ୍ରାଣ ବଳୀ ଦେଇଛନ୍ତି । ସେ କଥା ବି ଜାଣେନି ଯେ ଦେଶ ପାଇଁ ସହିଦ ହେବାର ଅର୍ଥ କ’ଣ। ସମୃଦ୍ଧିକୁ ଖାଲି ଏତିକି କୁହାଯାଇଛି ଯେ ତା’ ବାପା ଅମର ହୋଇଗଲେ। ସେ ଆଉ ତା’ ବାପାଙ୍କ କୋଳରେ ବସିପାରିବ ନାହିଁ । ସହିଦ ଦୀପକ ନୈନବାଲ ଗୋଟାଏ ଝିଅ ଓ ଗୋଟାଏ ପୁଅ । ତାଙ୍କ ପତ୍ନୀଙ୍କ ଅବସ୍ଥା ବି କାନ୍ଦି କାନ୍ଦି ବେହାଲ୍ ହୋଇଥିବା ସୂଚନା ରହିଛି ।

ସହିଦଙ୍କ ମର ଶରୀର ବୁହା ହୋଇ ଅଣାଯିବା ବେଳେ ଜୟ ଜୟ ଧ୍ୱନିରେ ଅଞ୍ଚଳ କମ୍ପି ଉଠୁଥିଲା । ଘର ସାମ୍ନାରେ ଜମିଥିଲା ନାମୀଦାମୀ ଲୋକଙ୍କ ଭିଡ଼ । ଶରୀରକୁ ତଳେ ରଖାଯିବା ପରେ ଧାଇଁ ଆସିଥିଲା କୁନି ଝିଅ ସମୃଦ୍ଧି । କିଛି ସମୟ ପର୍ୟ୍ୟନ୍ତ ଚାହିଁ ରହିଥିଲା। ଦୀର୍ଘ ସମୟ ପର୍ୟ୍ୟନ୍ତ ନୈନବାଲ ନଉଠିବାରୁ ଶେଷରେ କୁନି ସମୃଦ୍ଧି କହିଥିଲା, ‘ମୋ ବାପା ତାରା ହୋଇଗଲେ’ । ସମୃଦ୍ଧି ମୁହଁରୁ ଏହି କଥା ଶୁଣିବା ପରେ ଉପସ୍ଥିତ କାହାରି ଆଖିରେ ଲୁହ ରହିନଥିଲା ।

ଉଲ୍ଲେଖଯୋଗ୍ୟ, ଏପ୍ରିଲ୍ ୧୦ ତାରିଖରେ ଆତଙ୍କବାଦ ଆକ୍ରମଣ ସମୟରେ କମାଣ୍ଡାଣ୍ଟ୍ ଦୀପକ ନୈନବାଲଙ୍କ ମୁଣ୍ଡରେ ଗୁଳି ବାଜିଥିଲା । ପୁଣେ ସୈନିକ ହସ୍ପିଟାଲରେ ତାଙ୍କ ଚିକିତ୍ସା କରାଯାଉଥିଲା । ପୂରା ୪୦ ଦିନ ସଂଘର୍ଷ କରିବା ପରେ ତାଙ୍କୁ ବୀରଗତି ପ୍ରାପ୍ତ ହୋଇଛି ।