ସମ୍ବଲପୁର ପରେ ଝାରସୁଗୁଡାରେ ନୂଆଖାଇ ପାଇଁ ହଟିଲା ସଟଡାଉନ୍ : ୨୨ ତାରିଖ ସଂଧ୍ୟା ୫ଟା ଯାଏଁ ଖୋଲା ରହିବ ଦୋକାନ ବଜାର ; ୨୩ ତାରିଖରେ ଦିନ ଗୋଟାଏ ଯାଏଁ କଟକଣା ହେବ କୋହଳ

189

କନକ ବ୍ୟୁରୋ : ସମ୍ବଲପୁର ପରେ ଝାରସୁଗୁଡାରେ କୋହଳ ହେଲା କଟକଣା । ଆସନ୍ତା ୨୩ ତାରିଖରେ ପଶ୍ଚିମ ଓଡିଶାର ଗଣପର୍ବ ନୂଆଖାଇ ପାଇଁ ଲଗ୍ନଧାର୍ଯ୍ୟ ହୋଇଛି । କିନ୍ତୁ ଏହି ସମୟରେ ସପ୍ତାହାନ୍ତ କଟକଣା ରହିଥିବା ବେଳେ ଏହାକୁ କୋହଳ କରିଛି ଜିଲ୍ଲା ପ୍ରଶାସନ । ଆସନ୍ତା ୨୨ ତାରିଖରେ ନୂଆଖାଇ କିଣାକିଣି ପାଇଁ ସକାଳ ୭ଟାରୁ ସଂଧ୍ୟା ୫ଟା ଯାଏଁ ଦୋକାନ ବଜାର ଖୋଲା ରହିବ । ଅନ୍ୟପଟେ ତା ପରଦିନ ଅର୍ଥାତ ୨୩ ତାରିଖରେ ନୂଆଖାଇ ପାଇଁ ସକାଳ ୭ଟାରୁ ଅପରାହ୍ନ ୧ଟା ଯାଏଁ କୋହଳ ହେବ କଟକଣା ।

ଦୁଇ ଚକିଆ ଗାଡିରେ ଦୁଇଜଣ ଯାତ୍ରା କରିପାରିବେ ବୋଲି ଜିଲ୍ଲାପାଳ ବିଜ୍ଞପ୍ତିରେ ଉଲ୍ଲେଖ କରିଛନ୍ତି । ଫଳରେ ନୂଆଖାଇ ପାଇଁ ଝାରସୁଗୁଡା ଜିଲ୍ଲାରେ ଦୁଇଦିନିଆ ସଟଡାଉନ୍ କଟକଣାରେ କୋହଳ କରାଯାଇଛି ।

Comments are closed.