କନକ ବ୍ୟୁରୋ : ସମ୍ବଲପୁର ପରେ ଝାରସୁଗୁଡାରେ କୋହଳ ହେଲା କଟକଣା । ଆସନ୍ତା ୨୩ ତାରିଖରେ ପଶ୍ଚିମ ଓଡିଶାର ଗଣପର୍ବ ନୂଆଖାଇ ପାଇଁ ଲଗ୍ନଧାର୍ଯ୍ୟ ହୋଇଛି । କିନ୍ତୁ ଏହି ସମୟରେ ସପ୍ତାହାନ୍ତ କଟକଣା ରହିଥିବା ବେଳେ ଏହାକୁ କୋହଳ କରିଛି ଜିଲ୍ଲା ପ୍ରଶାସନ । ଆସନ୍ତା ୨୨ ତାରିଖରେ ନୂଆଖାଇ କିଣାକିଣି ପାଇଁ ସକାଳ ୭ଟାରୁ ସଂଧ୍ୟା ୫ଟା ଯାଏଁ ଦୋକାନ ବଜାର ଖୋଲା ରହିବ । ଅନ୍ୟପଟେ ତା ପରଦିନ ଅର୍ଥାତ ୨୩ ତାରିଖରେ ନୂଆଖାଇ ପାଇଁ ସକାଳ ୭ଟାରୁ ଅପରାହ୍ନ ୧ଟା ଯାଏଁ କୋହଳ ହେବ କଟକଣା ।
ଦୁଇ ଚକିଆ ଗାଡିରେ ଦୁଇଜଣ ଯାତ୍ରା କରିପାରିବେ ବୋଲି ଜିଲ୍ଲାପାଳ ବିଜ୍ଞପ୍ତିରେ ଉଲ୍ଲେଖ କରିଛନ୍ତି । ଫଳରେ ନୂଆଖାଇ ପାଇଁ ଝାରସୁଗୁଡା ଜିଲ୍ଲାରେ ଦୁଇଦିନିଆ ସଟଡାଉନ୍ କଟକଣାରେ କୋହଳ କରାଯାଇଛି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2020/08/1-28.jpg)