ସମ୍ବଲପୁର ପରେ ୪ଟି ସଂସଦୀୟ କ୍ଷେତ୍ରରେ ବଡ ଲଢେଇ ଦେଖିବେ ଜନତା: ଭୁବନେଶ୍ୱର, କଟକ, ପୁରୀ ଓ କେନ୍ଦ୍ରାପଡାରେ ବିଜେଡି-ବିଜେପି ମଧ୍ୟରେ ହେବ କଡା ଟକ୍କର

426

କନକ ବ୍ୟୁରୋ: ୨୪ ସାଧାରଣ ନିର୍ବାଚନରେ ସମ୍ବଲପୁର ପରେ ୪ଟି ସଂସଦୀୟ କ୍ଷେତ୍ରରେ ବଡ ଲଢେଇ ଦେଖିବେ ଜନତା । ଭୁବନେଶ୍ୱର, କଟକ, ପୁରୀ ଓ କେନ୍ଦ୍ରାପଡାରେ ବିଜେଡି-ବିଜେପି ମଧ୍ୟରେ ହେବ କଡା ଟକ୍କର । ଏହି ସ୍ଥାନରେ କଂଗ୍ରେସ ପ୍ରାର୍ଥୀ ଘୋଷଣା କରିନଥିବା ବେଳେ ପ୍ରଚାରକୁ ଜୋରଦାର କରିଛନ୍ତି ବିଜେଡି ଓ ବିଜେପି ସାଂସଦ ପ୍ରାର୍ଥୀ । ଭୁବନେଶ୍ୱରରେ ବିଜେପି ପ୍ରାର୍ଥୀ ଅପରାଜିତା ଷଡଙ୍ଗୀ ଓ ବିଜେଡି ପ୍ରାର୍ଥୀ ମନ୍ମଥ ରାଉତରାୟଙ୍କ ମଧ୍ୟରେ ପ୍ରଚାର ଲଢେଇ ଚାଲିଛି । ସେହିଭଳି ପୁରୀରେ ସମ୍ବିତ ପାତ୍ର ବନାମ ଅରୁପ ପଟ୍ଟନାୟକଙ୍କ ମଧ୍ୟରୁ କାହାକୁ ବାଝିବେ ଜନତା ତାହା ଜଣାପଡିବ ନିର୍ବାଚନ ଫଳାଫଳ ଆସିବା ପରେ ଜଣାପଡିବ । କଟକରେ ବିଜେପି ପ୍ରାର୍ଥୀ ଭର୍ତୃହରୀ ମହତାବ ଓ ବିଜେଡି ପ୍ରାର୍ଥୀ ସଂତୃପ୍ତ ମିଶ୍ର ନିଜ ସପକ୍ଷରେ ଭୋଟ ହାତେଇବା ପାଇଁ ଦିନ ରାତି ଏକ କରିଦେଇଛନ୍ତି । ସେପଟେ କେନ୍ଦ୍ରାପଡାରେ ବି ଜୋରଦାର ଲଢେଇ ହେବ । ବିଜେପିର ବୈଜୟନ୍ତ ପଣ୍ଡାଙ୍କୁ ମାତ ଦେବାକୁ ନିର୍ବାଚନ ମଇଦାନକୁ ଓହ୍ଲାଇଛନ୍ତି ବିଜେଡିର ଅଂଶୁମାନ ମହାନ୍ତି ।