କନକ ବ୍ୟୁରୋ : ପୁଲିସ ନିକଟରୁ ଫେରିବା ପରେ ମୃତ କେ ରମେଶଙ୍କ ଦାଦା ପୁରା କାହାଣୀ ବଖାଣିଛନ୍ତି । ପୁଲିସ ହେପାଜତରେ କେ ରମେଶଙ୍କ ମୃତ୍ୟୁ ପରେ ତାଙ୍କୁ ଉଠାଇନେଇଥିଲା ପୁରୀ ପୁଲିସ । ରାତିଅଧରେ ଉଠାଇନେଇଥିବା ବେଳେ ଗାଡି ଧକ୍କାରେ ରମେଶଙ୍କ ମୃତ୍ୟୁ ହୋଇଥିବା ସୂଚନା ଦେଇଥିଲା । ପୁଲିସ ସହିତ ଗୋଡାଗୋଡି ବେଳେ ଗାଡି ଧକ୍କାରେ ତାଙ୍କର ମୃତ୍ୟୁ ହୋଇଥିଲା । ଏହା ପରେ ପୋଷ୍ଟମର୍ଟମ ରୁମରେ ରମେଶଙ୍କ ମୃତଦେହ ଦେଖାଇବା ସହ ସ୍ୱର୍ଗଦ୍ୱାରକୁ ଶବଦାହ ପାଇଁ ନେଇଥିଲା ।

Advertisment

ଏହି ସମୟରେ ପୁଲିସ ଗାଡିରେ ରମେଶଙ୍କ ମା ବସିଥିବାବେଳେ ବାପା ଓ ଦାଦା ଶବଦାହ ନିକଟରେ ଉପସ୍ଥିତ ଥିଲେ । ଏପରିକି କେ ରମେଶଙ୍କ ବାପା ନିଜେ ମୁଖାଗ୍ନି ଦେଇଥିଲେ । ତେବେ କ୍ଷତିପୂରଣ ବାବଦରେ କିଛି ପ୍ରତିଶ୍ରୁତି ମିଳିଛି କି ପଚାରିବାରୁ, ପୁଲିସ ତାଙ୍କ ପରିବାରକୁ ଜମି ଓ ପରିବାର ସଦସ୍ୟଙ୍କୁ ହୋମଗାର୍ଡ ଚାକିରି ଦେବ ବୋଲି କହିଥିବା ସୂଚନା ଦେଇଛନ୍ତି କେ ରମେଶଙ୍କ ଦାଦା କେ ଆରିୟା ।