ଦିଲ୍ଲୀରୁ ଫେରିବା ପରେ ମନମୋହନ କରିବେ ପ୍ରେସମିଟ୍ । କଣ କହିବେ ରାଜ୍ୟ ବିଜେପି ସଭାପତି?

Advertisment
ଦିଲ୍ଲୀରୁ ଫେରିବା ପରେ ମନମୋହନ କରିବେ ପ୍ରେସମିଟ୍ । କଣ କହିବେ ରାଜ୍ୟ ବିଜେପି ସଭାପତି?

କନକ ବ୍ୟୁରୋ: ବିଜେଡି-ବିଜେପି ମେଣ୍ଟ ଚର୍ଚ୍ଚା ଭିତରେ ଦିଲ୍ଲୀରୁ ଭୁବନେଶ୍ୱର ଫେରିଛନ୍ତି ରାଜ୍ୟ ବିଜେପି ସଭାପତି ମନମୋହନ ସାମଲ । କିଛି ସମୟ ପରେ ସେ ରାଜ୍ୟ ବିଜେପି କାର୍ଯ୍ୟାଳୟରେ ସାମ୍ବାଦିକ ସମ୍ମିଳନୀ କରିବେ ବୋଲି ସୂଚନା ମିଳିଛି । ତେବେ କ’ଣ କହିବେ ରାଜ୍ୟ ସଭାପତି ତା’ ଉପରେ ଏବେ ସମସ୍ତଙ୍କ ନଜର ରହିଛି । ମେଣ୍ଟ ଚର୍ଚ୍ଚା ଭିତରେ ସାମ୍ବାଦିକ ସମ୍ମିଳନୀ କରୁଥିବାରୁ ମେଣ୍ଟ ସମ୍ପର୍କରେ କିଛି କହି ପାରନ୍ତି ମନମୋହନ । କାରଣ ଆଜି ଦିଲ୍ଲୀରୁ ଭୁବନେଶ୍ୱର ଫେରିବା ପରେ ମେଣ୍ଟ ନେଇ ସେ ସିଧାସଳଖ କୌଣସି ସ୍ପଷ୍ଟ ଉତ୍ତର ରଖିନଥିଲେ । କେବଳ କହିଥିଲେ, ସବୁ ଠିକ୍ ଚାଲିଛି । ଯାହା ପ୍ରକ୍ରିୟା ହେବା କଥା କରାଯାଉଛି । ମେଣ୍ଟ ଚର୍ଚ୍ଚା ଭିତରେ ମନମୋହନ ସାମଲ ଏକାଧିକ ଥର ଦିଲ୍ଲୀ ଗସ୍ତ କରିଛନ୍ତି । ପୂର୍ବଥର ଦିଲ୍ଲୀରୁ ଫେରିବା ପରେ ମେଣ୍ଟ ନେଇ କୌଣସି ଆଲୋଚନା ହୋଇନଥିବା କହି ବେଶ୍ ଚର୍ଚ୍ଚା ବଢାଇଥିଲେ ରାଜ୍ୟ ବିଜେପି ସଭାପତି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe