ଚାକିରିରୁ ଇସ୍ତଫା ଦେଲେ, ରାଜନୀତିକୁ ଓହ୍ଲାଇଲେ । ଜିଲ୍ଲା ପରିଷଦ ପ୍ରାର୍ଥୀ ଭାବେ ନିର୍ବାଚନ ଲଢିବେ ଆଦିବାସୀ ଝିଅ

393

କନକ ବ୍ୟୁରୋ : ନିଜ ସଂପ୍ରଦାୟ ଓ ଅଞ୍ଚଳର ଉନ୍ନତି ପାଇଁ ଚାକିରି ଛାଡି ରାଜନୀତିରେ ପାଦ ଥାପିଛନ୍ତି ଜଣେ ଉଚ ଶିକ୍ଷିତା ଆଦିବାସୀ ଝିଅ । ତ୍ରିସ୍ତରୀୟ ପଂଚାୟତ ନିର୍ବାଚନ ମଇଦାନାକୁ ଓଲହାଇଛନ୍ତି ବହୁ ଶିକ୍ଷିତ ଯୁବକ ଯୁବତୀ । ଯିଏ ଏମ. ସି.ଏ ପାଠ ପଢି ଭୁବନେଶ୍ୱରରେ ଏକ ଘରୋଇ କମ୍ପାନୀରେ କରୁଥିବା ଚାକିରିରୁ ଇସ୍ତଫା ଦେଇ ରାମାନାଗୁଡା “ ଖ “ ଜୋନରୁ ଜିଲ୍ଲା ପରିଷଦ ସଭ୍ୟ ପାଇଁ ଜଣେ ପାର୍ଥୀ ହୋଇ ରାଜନୀତିରେ ପାଦ ଥାପିଛନ୍ତି ।


ରାୟଗଡା ଜିଲ୍ଲା ରାମାନାଗୁଡା ବ୍ଲକ ଅନ୍ତର୍ଗତ କୁଜେନ୍ଦ୍ରି ଗ୍ରାମର ଉଚ ଶିକ୍ଷିତ ଆଦିବାସୀ ଯୁବତୀ ଜଣକ ହେଲେ ସସ୍ମିତା ଗମାଙ୍ଗ । ଶିକ୍ଷାଗତ ଯୋଗ୍ୟତା କହିଲେ ମାଷ୍ଟର ଇନ କମ୍ପୁଟର ଆପ୍ଲିକେସେନ । ୨୦୧୫ ମସିହାରେ ଗୁଣୁପୁର ସ୍ଥିତ ଗାୟତ୍ରୀ ବୈଷୟିକ ବିଦ୍ୟାଳୟରୁ ମାଷ୍ଟର ଇନ କମ୍ପୁଟର ଆପ୍ଲିକେସେନ ପାଠ ସାରି ପରବର୍ତୀ ମୁହୂର୍ତରେ ଭୁବନେଶ୍ୱର ସ୍ଥିତ ଜ୍ୟୋତି ଗ୍ରୁପ ନାମକ ଏକ ଅଟୋମୋବାଇଲ କମ୍ପାନୀରେ ନିଜ ଚାକିରି ଜୀବନ ଆରମ୍ଭ କରିଥିଲେ । କିନ୍ତୁ ନିଜ ସମ୍ପ୍ରଦାୟ , ଅଂଚଳର ଉନ୍ନତି ଓ ରାଜନୀତି ପ୍ରତି ଅହେତୁକ ଦୁର୍ବଳ ଥିବାରୁ ବର୍ତମାନ ଚାକିରିରୁ ଇସ୍ତଫା ପ୍ରଦାନ କରି ରାଜନୀତିରେ ପ୍ରବେଶ କରିଛନ୍ତି । ସସ୍ମିତା ରାମାନାଗୁଡା ବ୍ଲକ “ ଖ “ ଜୋନରୁ ଜିଲ୍ଲା ପରିଷଦ ସଭ୍ୟ ସକାଶେ କଂଗ୍ରେସ ଦଳ ପକ୍ଷରୁ ନାମାଙ୍କନ ଦାଖଲ କରି ନିର୍ବାଚନ ମଇଦାନକୁ ଓହ୍ଲାଇଛନ୍ତି । ତେବେ ଆଗାମୀ ଦିନରେ ଲୋକଙ୍କ ସେବା ଓ ଅଂଚଳରେ ଲାଗି ରହିଥିବା ସମସ୍ୟାକୁ ଅଧିକା ପ୍ରାଧାନ୍ୟ ଦିଆଯିବ ବୋଲି ପ୍ରକାଶ କରିଛନ୍ତି । ଜଣେ ଉଚ ଶିକ୍ଷିତା ଯୁବତୀ ଜଣକ ନିର୍ବାଚନ ଲଢୁଥିବାରୁ ସ୍ଥାନୀୟ ଓ ଅଂଚଳବାସୀ ମଧ୍ୟ ବେସ ଖୁସି ଓ ଗର୍ବିତ ଅନୁଭବ କରିବା ସହ ସସ୍ମିତାଙ୍କ ଶୁଭ ମନାସିଛନ୍ତି ।
ଅପରପକ୍ଷେ ଚଳିତ ବର୍ଷ ତ୍ରିସ୍ତରୀୟ ପଂଚାୟତ ନିର୍ବାଚନରେ ଶିକ୍ଷିତ ଯୁବକ ଯୁବତୀ ନିର୍ବାଚନ ଲଢିବା ଏହା ଗଣତନ୍ତ୍ର ପରେ ଶୁଭଙ୍କର ବୋଲି ମତ ପ୍ରକାଶ କରିଛନ୍ତି ରାଜନୈତିକ ସମୀକ୍ଷକ ।