ଇସ୍ତଫା ପରେ ରାହୁଲଙ୍କ ଶକ୍ତବଚନ ! ମଜା ଆସୁଛି , ୧୦ ଗୁଣା ସାହସ ସହ ଲଢେଇ ଜାରି ରଖିବି ।

263

ରାହୁଲ ଗାନ୍ଧୀ ଗୁରୁବାର ଆରଏସଏସ୍ ମାନହାନି ମାମଲାରେ ଶିବଡି କୋର୍ଟରେ ହାଜର ହୋଇଥିଲେ ଏବଂ କୋର୍ଟରେ ସେ ନିଜକୁ ନିର୍ଦ୍ଧୋଷ ବୋଲି କହିଥିଲେ । କୋର୍ଟ ୧୫ ହଜାର ଟଙ୍କାର ଜାମିନ୍ ବଣ୍ଡରେ ତାଙ୍କୁ ଅଗ୍ରିମ ଜାମିନ୍ ଦେଇଛନ୍ତି । ଜାମିନ୍ ମିଳିବା ପରେ ରାହୁଲ ଗାନ୍ଧୀ ଇସାରାରେ ବିଜେପି ଏବଂ ଆରଏସଏସ ଉପରେ ଟାର୍ଗେଟ୍ କରିଥିବାର ମଧ୍ୟ ନଜର ଆସିଥିଲେ । ସେ କହିଥିଲେ ତାଙ୍କ ଉପରେ ଲଗାତାର ଆକ୍ରମଣ ହେଉଛି କିନ୍ତୁ ସେ ନ ହାରି ପ୍ରତିଟି ଆକ୍ରମଣର ସାମ୍ନା କରିବେ । ସେ କହିଥିଲେ ବିଚାରଧାରାର ଲଢେଇ ଆଗକୁ ମଧ୍ୟ ଜାରି ରହିବ । କୋର୍ଟ ରୁମରୁ ବାହାରକୁ ଆସିବା ପରେ ରାହୁଲ୍ କହିଥିଲେ , ମୁଁ ମୋ କଥା ମାନ୍ୟବର କୋର୍ଟଙ୍କୁ କହିସାରିଛି । ଏହା ବିଚାରଧାରାର ଲଢେଇ , ମୁଁ ଗରିବ,ଚାଷୀ ଏବଂ ଶ୍ରମିକଙ୍କ ସହ ଠିଆ ହୋଇଛି । ଆକ୍ରମଣ ହେଉଛି ଏବଂ ମଜା ବି ଆସୁଛି । ମୁଁ ୧୦ ଗୁଣା ଅଧିକ ଶକ୍ତ ହୋଇ ଲଢେଇ ଜାରି ରଖିବି ।

ଆପଣଙ୍କୁ କହିରଖୁଛୁ ରାହୁଲ ଗାନ୍ଧୀ ୨୦୧୭ ରେ ଗୌରୀ ଲଙ୍କେଶ ହତ୍ୟାକାଣ୍ଡରେ ଆରଏସଏସ୍ ଏବଂ ଏହାର ବିଚାରଧାରାକୁ ଦୋଷାରୋପ କରିଥିଲେ । ଯେଉଁଥିପାଇଁ ଆରଏସଏସ୍ ର ଜଣେ କାର୍ଯ୍ୟକର୍ତ୍ତା ତାଙ୍କ ଉପରେ ମାନହାନି ମକଦ୍ଦମା ମଧ୍ୟ କରିଥିଲେ ।