‘ହାତ’ ଛାଡ଼ିଥିଲେ ‘ଶଙ୍ଖ’ ଧରିଲେ । କଂଗ୍ରେସକୁ ବାଏ ବାଏ କରି ବିଜେଡିରେ ସାମିଲ ହେଲେ ସୁମିତ୍ରା ଜେନା ।

472

କନକ ବ୍ୟୁରୋ: କଂଗ୍ରେସ ଛାଡ଼ିଥିଲେ ବିଜେଡିରେ ମିଶିଲେ । ଦିନରେ ମହିଳା କଂଗ୍ରେସ ଶିବିରକୁ ଝଟକା ଦେଇ ସଭାନେତ୍ରୀ ପଦରୁ ଇସ୍ତଫା ଦେଇଥିବା ସୁମିତ୍ରା ଶେଷରେ ଶଙ୍ଖ ଧରିଛନ୍ତି । ଶତାଧିକ ମହିଳାକର୍ମୀଙ୍କ ସହ ନବୀନ ନିବାସ ଯାଇ ବିଜେଡି ସୁପ୍ରିମୋଙ୍କ ଉପସ୍ଥିତିରେ ଦଳରେ ସାମିଲ ହୋଇଛନ୍ତି ସୁମିତ୍ରା ।

କଂଗ୍ରେସରୁ ଟିକେଟ୍ ନପାଇ ଖପ୍ପା ଥିଲେ ସୁମିତ୍ରା । ଏପରିକି ମହିଳାଙ୍କୁ କାହିଁକି କଂଗ୍ରେସ ହାଇକମାଣ୍ଡ ଟିକେଟ୍ ଦେଉନାହାନ୍ତି ସ୍ୱର ଉଠାଇ ପ୍ରତିବାଦ କରୁଥିଲେ ସୁମିତ୍ରା । ଶେଷରେ ତାଙ୍କୁ ମଧ୍ୟ ଟିକେଟ୍ ତାଲିକାରୁ ବାଦ୍ ଦେବାରୁ କଂଗ୍ରେସକୁ ବାଏ ବାଏ କରି ମହିଳା ସଭାନେତ୍ରୀ ପଦରୁ ଇସ୍ତଫା ଦେଇଥିଲେ ସୁମିତ୍ରା । ଆଉ ଶେଷରେ ନିଜ ସମର୍ଥକଙ୍କ ସହ ବିଜେଡି ଶିବିରକୁ ଏଣ୍ଟ୍ରି କରିଛନ୍ତି ସୁମିତ୍ରା ।

ସୁମିତ୍ରା କହିଛନ୍ତି ଯେ, ଯେଉଁ ଦଳରେ ମହିଳା ମାନଙ୍କୁ ସମ୍ମାନ ରହିଛି ସେ ଦଳରେ ସାମିଲ ହୋଇ ମୁଁ ନିଜକୁ ଗର୍ବିତ ଅନୁଭବ କରୁଛି । ମୁଖ୍ୟମନ୍ତ୍ରୀ ମହିଳା ମାନଙ୍କ ପାଇଁ ଲୋକସଭା ଓ ବିଧାନସଭାରେ ସିଟ୍ ସଂରକ୍ଷଣ କଥା ଦେଇ କଥା ରଖିଛନ୍ତି । ତେଣୁ ତାଙ୍କ ଆଦର୍ଶକୁ ଅନୁପ୍ରାଣିତ ହୋଇ ମୁଁ ବିଜେଡିରେ ସାମିଲ ହୋଇଛି ।