ପୁଅ ପୁନର୍ଜନ୍ମ ପାଇବା ପରେ... ହସ୍ପିଟାଲରେ ରାହୁଲକୁ ଭେଟିଲେ ମାଆ । କୋହ ସମ୍ଭାଳି ନପାରି ପୁଅକୁ କୁଣ୍ଢେଇ ପକେଇଲେ, ଗେଲ କଲେ ।

Advertisment
ପୁଅ ପୁନର୍ଜନ୍ମ ପାଇବା ପରେ... ହସ୍ପିଟାଲରେ ରାହୁଲକୁ ଭେଟିଲେ ମାଆ । କୋହ ସମ୍ଭାଳି ନପାରି ପୁଅକୁ କୁଣ୍ଢେଇ ପକେଇଲେ, ଗେଲ କଲେ ।

କନକ ବ୍ୟୁରୋ: ଧନରେ ! ତୁ ଫେରିଆସିବୁ ବୋଲି ମୋର ବିଶ୍ୱାସ ଥିଲା । ମୃତ୍ୟୁକୁ ମାତ୍ ଦେଇ ମାଆ କୋଳକୁ ଫେରିବୁ ବୋଲି ମୋର ପୂରା ବିଶ୍ୱାସ ଥିଲା । ଭଗବାନ ଏତେ ନିଷ୍ଠୁର ନୁହଁନ୍ତିରେ ଧନ । ଅସମୟରେ ତତେ ମୋଠୁ ଛଡେଇ ନେବେ । ମୋ ପୁଅକୁ ମୋ ଠୁ କେହି ଛଡେଇ ନେଇପାରିବେନି, ମୋଠୁ ତତେ କେହି ଅଲଗା କରିପାରିବେନି । ହସ୍ପିଟାଲ ବେଡରେ ହୁଏତ ଏମିତି କିଛି କହିବା ପରେ ନିଜ ଲୁହ, କୋହକୁ ସମ୍ଭାଳି ନପାରି ପୁଅକୁ କୋଳେଇ ନେଇଛି ମାଆ । ଆଉ ତା ମଥାକୁ ସ୍ନେହବୋଳା ହାତରେ ଆଉଁଶି ଦେଇ ତାକୁ ଗେଲ କରିଛି ।

publive-image

ମୃତ୍ୟୁର ଗାତରୁ ମାଆ କୋଳାକୁ ପୁଅ ଯେତେବେଳେ ଫେରି ଆସିଛି ସେତେବେଳେ ସମୟ ସହ ଲଢି ପୁନଃର୍ଜନ୍ମ ପାଇଥିବା ପୁଅକୁ ହସ୍ପିଟାଲରେ ଆଇସିୟୁରେ ଦେଖିବାକୁ ଯାଇଛି ମାଆ । ଆଉ ସେତେବେଳେ ହସ୍ପିଟାଲ୍ ବେଡରେ ପୁଅକୁ ଦେଖି ନିଜ କୋହ ରୋକି ପାରିନଥିଲା ମା’ । ଆଉ କାନ୍ଦି କାନ୍ଦି ପୁଅକୁ କୁଣ୍ଢେଇ ପକାଉଛି ମା’ । ବିଳାସପୁରର ଆପୋଲୋ ହସ୍ପିଟାଲରେ ଚିକିତ୍ସିତ ହେଉଥିବା ରାହୁଲଙ୍କ ସହ ତାଙ୍କ ମା’ ଗୀତା ସାହୁଙ୍କର ଏମିତି କିଛି ଦୃଶ୍ୟ ଦେଖିବାକୁ ମିଳିଛି । ହସ୍ପିଟାଲରେ ପୁଅର ଦେଖାଶୁଣା କରୁଛନ୍ତି ମା’ । ଜୀବନ ସଂଗ୍ରାମରେ ବାଜିମାରିଥିବା ପୁଅ ରାହୁଲ ଶୁଣିପାରେ ନାହିଁ କି କଥା କହିପାରେ ନାହିଁ । କିନ୍ତୁ ମା’ ପାଖରେ ଏମିତି ଯାଦୁ ଅଛି, ଯାହାକୁ ଅନୁଭୂତ କରିପାରେ ତା’ର ପୁଅ । ପୁଅ ଓ ମା’ର ଏଭଳି ଭଲପାଇବା ଦେଖି ଲାଗୁଛି, ଯେପରି ଦୁହିଁଙ୍କୁ ପୂରା ଦୁନିଆ ମିଳିଯାଇଛି । ଆଉ ହସ୍ପିଟାଲ ବେଡରୁ ଏ ହୃଦୟସ୍ପର୍ଶୀ ଦୃଶ୍ୟ ସମସ୍ତଙ୍କ ମୁହଁରେ ହସ ଆଣି ଦେଇଛି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe