ବ୍ରହ୍ମପୁରରେ ଶାଶୁଘର ଆଗରେ ଦୀପିକା ଧାରଣା ଘଟଣା: ବାରମ୍ବାର ନୋଟିସ ପରେ ମହିଳା କମିଶନରେ ହାଜର ହେଲେ ପ୍ରେମିକ ଦୀନେଶ

197

କନକ ବ୍ୟୁରୋ: ସ୍ତ୍ରୀର ମାନ୍ୟତା ଓ ପୁଅକୁ ବାପାର ପରିଚୟ ଦେବା ପାଇଁ ଧାରଣା ଦେଉଥିବା ବ୍ରହ୍ମପୁରର କେ ଦୀପିକା ଘଟଣାରେ ନୂଆ ମୋଡ । ଏଣିକି ମହିଳା କମିଶନ ନୁହଁ କୋର୍ଟର ବିଚାରକୁ ଅପେକ୍ଷା କରିବାକୁ ହେବ । କୋର୍ଟରେ ବିଚାର ଚାଲିଥିବାବେଳେ କମିଶନର କୌଣସି ଭୂମିକା ନାହିଁ ବୋଲି ଆଜି ସ୍ପଷ୍ଟ କରିଛନ୍ତି ରାଜ୍ୟ ମହିଳା କମିଶନ । ଏହି ଘଟଣାରେ ରାଜ୍ୟ ମହିଳା କମିଶନ ଦିନେଶଙ୍କୁ ବାରମ୍ବାର ନୋଟିସ କରିଥିଲେ ବି ହାଜର ହେଉନଥିଲେ । କିନ୍ତୁ ବାପା ମାଙ୍କ ସହ ଆଜି କମିଶନରେ ପହଂଚିଥିଲେ ଦିନେଶ । ଅଧ୍ୟକ୍ଷାଙ୍କ ସାମ୍ନାରେ ଉଭୟ ପରିବାର ନିଜ ନିଜର ପକ୍ଷ ରଖିଲେ । ତେବେ ଦୀପିକାଙ୍କୁ ସ୍ତ୍ରୀ ଭାବେ ଗ୍ରହଣ କରିବାକୁ ଦିନେଶ ସିଧାସଳଖ ମନା କରିଦେଇଥିଲାବେଳେ ପୁଅ ପ୍ରତି ସହାନୁଭୁତି ଥିବା ଦିନେଶଙ୍କ ପରିବାର ଲୋକ କହିଥିଲେ । ରାଜ୍ୟ ମହିଳା କମିଶନରୁ ନିରାଶ ହୋଇଥିବା ଦୀପିକା କହିଛନ୍ତି । ନ୍ୟାୟ ଆଶାରେ ଧାରଣା ଜାରି ରହିବ ଆବଶ୍ୟକ ପଡିଲେ ସୁପ୍ରିମକୋର୍ଟ ବି ଯିବାକୁ ପଛାଇବେ ନାହିଁ ବୋଲି ଦୀପିକା କହିଛନ୍ତି ।