କନକ ବ୍ୟୁରୋ: ମରାମତି ପରେ ପୁଣି ଧୋଇଗଲା ବାଲେଶ୍ୱର ଭୋଗରାଇ ବ୍ଲକର ଉଦୟପୁର-ତାଳସାରୀ ବେଳାଭୂମୀ ରାସ୍ତା । ଉଦୟପୁର-ତାଳସାରୀ ବେଳାଭୂମୀ କଡରେ ମେରାଇନ୍ ଡ୍ରାଇଭ କରିବା ପାଇଁ ମୁଖ୍ୟମନ୍ତ୍ରୀଙ୍କ ଘୋଷଣା ପରେ କୋଟି କୋଟିର ରାଜସ୍ୱ ଅନୁଦାନ ଆସିଛି । ହେଲେ ସରକାରୀ ଅନୁଦାନର ସଠିକ୍ ବିନିଯୋଗ ହେଉନଥିବାରୁ ସମୁଦ୍ର ଗର୍ଭକୁ ଚାଲିଯାଉଛି । କିଛି ଦିନ ପୂର୍ବରୁ ଅସରାଏ ବର୍ଷାରେ ବେଳଭୂମୀର ପଥରବନ୍ଧ ଧୋଇଯାଇଥିଲା । ବଭାଗୀୟ ଯନ୍ତ୍ରୀ ସ୍ଥିତି ଅନୁଧ୍ୟାନ କରିବା ପରେ ଠିକାଦାର ତୁରନ୍ତ ମରାମତି କରିଥିଲେ । ହେଲେ ଗତକାଲି ପୁଣି ବେଳଭୂମୀ ରାସ୍ତାରେ ବଡ ବଡ ଘାଇ ହୋଇଛି । ବନ୍ଧର ଉତ୍ତର ପାଶ୍ୱର୍ରେ ରାସ୍ତା ଧସିବା ଆରମ୍ଭ ହୋଇଛି ।

Advertisment

ବେଳାଭୂମୀ ମେରାଇନ୍ ଡ୍ରାଇଭ ତିଆରି ପାଇଁ ସରକାର କୋଟି କୋଟି ଟଙ୍କା ଖର୍ଚ କରୁଛନ୍ତି । ହେଲେ ନିମ୍ନମାନର କାମ ଯୋଗୁଁ ବାରମ୍ବାର ରାସ୍ତା ଧୋଇ ଯାଉଛି । ଜୁଆର ମାଡର ସରକାରୀ ଟଙ୍କା ସବୁ ସମୁଦ୍ର ଗର୍ଭକୁ ଚାଲିଯାଉଛି । ତଟସୁରକ୍ଷା ପଥର ବନ୍ଧ ଭାଙ୍ଗିରୁଜି ଯାଉଥିବା ସ୍ଥାନୀୟ ଲୋକ ଅଭିଯୋଗ କରିଛନ୍ତି ।

ଏ ସଂପର୍କରେ ପ୍ରତିକ୍ରିୟା ରଖି ବାଲେଶ୍ୱର ଜଳ ସଂପଦ ବିଭାଗର ସୁପରିଟେଂଣ୍ଡେଂଟ ପ୍ରଭାସ ପ୍ରଧାନ କହିଛନ୍ତି, ରାସ୍ତା ନିର୍ମାଣ କାମ ସରିନାହିଁ, ପୂର୍ବରୁ ଯେମିତି ପଥର ବନ୍ଧର ସ୍ଥିତି ଥିଲା, ପୁଣି ଠିକ୍ ସେହିଭଳି ମରାମତି କରାଯିବ ।