କାଶ୍ମୀରରେ କେତେ ଟଙ୍କାରେ ମିଳୁଛି ଘର ? ୩୭୦ ହଟିବା ପରେ ଜାଗା ଖୋଜିଲେଣି ଲୋକେ…

914

କନକ ବ୍ୟୁରୋ: ଜମ୍ମୁ-କାଶ୍ମୀରରୁ ଧାରା ୩୭୦ ହଟିବା ସହ ୩୫-ଏ କୁ ମଧ୍ୟ ଉଚ୍ଛେଦ କରାଯାଇଛି । ଗତକାଲି ମୋଦି ସରକାର ଏଭଳି ଏକ ଐତିହାସିକ ଘୋଷଣା କରି ସାରା ଦେଶରେ ଚହଳ ସୃଷ୍ଟି କରିଛନ୍ତି । କାଶ୍ମୀରରୁ ୩୭୦ ହଟିବା ପରେ ଅନେକ ନିୟମ ବଦଳିଛି । ଏଣିକି କାଶ୍ମୀରରେ ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ ଚାଲିପାରିବ । କାଶ୍ମୀରରେ ଜାତୀୟ ପତାକା ଅର୍ଥାତ ତ୍ରିରଙ୍ଗା ଛଡା ଆଉ କୌଣସି ପତାକା ଉଡିପାରିବନି । କାଶ୍ମୀରରେ ଅନ୍ୟ ରାଷ୍ଟ୍ରର ବଡ ବଡ କମ୍ପାନୀମାନେ ନିବେଶ କରିପାରିବେ ଆଦି ଅନେକ ନିୟମ ପରିବର୍ତ୍ତନ ହୋଇଥିବା ବେଳେ ସବୁଠାରୁ ବଡ ନିୟମ ବଦଳିଛି କି କାଶ୍ମୀରରେ ଅନ୍ୟ ରାଜ୍ୟର ଲୋକ ଏଣିକି ଜମି କିଣି, ଜାଗା କିଣି ଘର କରିପାରିବେ । କାଶ୍ମୀରରେ ପୂର୍ବରୁ କେହି ଘର ପାରୁନଥିବା ବେଳେ ୩୭୦ ହଟାଇବା ପରେ ଏବେ କାଶ୍ମୀରରେ ଘର କିଣିବା ସ୍ୱପ୍ନ ସାକାର ହୋଇଛି ।

 

ତେବେ ଅନେକ ଲୋକକଙ୍କର ସ୍ୱପ୍ନ ଥାଏ କାଶ୍ମୀର ଭଳି ସୁନ୍ଦର ଜାଗାରେ ଘରଟେ ତୋଳିବାକୁ । ପାହାଡ, ବରଫ ଆଉ ସୁନ୍ଦର ପରିବେଶରେ ଜୀବନଟାକୁ ଉପଭୋଗ କରିବାକୁ ହେଲେ କାଶ୍ମୀରରେ ୩୭୦ ଲାଗୁ ଥିବାରୁ ଏହି ସ୍ୱପ୍ନ ସାକାର ହୋଇ ପାରୁନଥିଲା । ମାତ୍ର ଏହା ଉଚ୍ଛେଦ ପରେ କାଶ୍ମୀରରେ ଘର ତୋଳା ସ୍ୱପ୍ନ ସତ ହେବାକୁ ଯାଉଛି ।

ତେବେ ସବୁଠାରୁ ବଡ କଥା ହେଉଛି କାଲି କେନ୍ଦ୍ର ସରକାର ଏ ଘୋଷଣା କରିବା ପରେ ଅନେକ ସ୍ୱପ୍ନବିଳାସୀ ଲୋକେ ଜମ୍ମୁରେ ଜାଗା ଖୋଜିବା ଆରମ୍ଭ କରିଦେଲେଣି । କାଶ୍ମୀରରେ ପ୍ଲଟର ଦାମ କେତେ ଟଙ୍କା ? ଜମି କେତେ ରେଟରେ ମିଳୁଛି ? କେଉଁ କେଉଁ ଅଞ୍ଚଳର ଜମି ଶସ୍ତା ଅଛି ? ସୌନ୍ଦର୍ଯ୍ୟଭରା ଅଞ୍ଚଳରେ ଘରଟେ କିଣିଲେ କେତେ ଟଙ୍କା ପଡିବ ? ଆଦି ଖୋଜୁଥିବା ଜଣାପଡିଛି । ତେବେ ଲଦାଖରେ ବି ଲୋକେ ଜମି ଖୋଜୁଥିବା ଗୁଗୁଲ କହୁଛି ।

ଗୁଗୁଲ ଟ୍ରେଣ୍ଡିିଂରେ ଜମ୍ମୁର ଜାଗା ଦାମ କେତେ ବୋଲି ଅନେକ ଲୋକ ସର୍ଚ୍ଚ କରିଥିବା ଦେଖାଉଛି । ଦିଲ୍ଲୀ, ହରିୟାଣା ଓ ଉତ୍ତର ପ୍ରଦେଶ ଲୋକ ବେଶି ଜାଗା ଖୋଜୁଥିବା ଗୁଗୁଲରୁ ଜଣାପଡିଛି । ତେବେ ଆଗାମୀ ଦିନରେ ଲୋକେ ଜମ୍ମୁରେ ଜାଗା କିଣୁଛନ୍ତି କି ନାହିଁ । ଲୋକଙ୍କ ଜମ୍ମୁରେ ଜାଗା କିଣିବା ସ୍ୱପ୍ନ ସାକାର ହେଉଛି କି ନାହିଁ ତାହା ଦେଖିବାର ରହିଲା । କାରଣ ଜମ୍ମୁରେ ଯଦି ଜମିର ଦାମ ଅଧିକ ହୁଏ ତେବେ ଅନେକ ଲୋକଙ୍କ ସ୍ୱପ୍ନ ମାଟିରେ ମିଶିଯିବ ।