ରଣବୀରଙ୍କୁ ନକଲ କଲେ ନକୁଲ । ନ୍ୟୁଡ୍ ଫଟୋ ସୁଟ୍ କରି ସୋସିଆଲ ମିଡିଆରେ ହେଲେ ଟ୍ରୋଲ୍

138

କନକ ବ୍ୟୁରୋ : ରଣବୀରଙ୍କୁ ନକଲ କଲେ ଟେଲିଭିଜନ ଦୁନିଆର ଲୋକପ୍ରିୟ ଅଭିନେତା ନକୁଲ ମେହେତା । ରଣବୀର ନିଜର ନ୍ୟୁଡ୍ ଫଟୋସୁଟ୍ ପାଇଁ ବିବାଦରେ ଛନ୍ଦି ହୋଇଛନ୍ତି । ଏଥିପାଇଁ ରଣବୀର ସୋସିଆଲ ମିଡିଆଲେ ଜବରଦସ୍ତ ଟ୍ରୋଲ ହେଉଥିବା ମଧ୍ୟ ଦେଖିବାକୁ ମିଳିଛି । ତେବେ ରଣବୀରଙ୍କୁ ଦେଖି କିଛି ସେଲିବ୍ରିଟି ମଧ୍ୟ ଏଭଳି ଫଟୋ ସୁଟ୍ ପାଇଁ ମନୋ ବଳାଇଲେଣି ।

ଅଭିନେତା ନକୁଲ ମେହେତା ସୋସିଆଲ ମିଡିଆରେ ତାଙ୍କ ଏକ ନ୍ୟୁଡ୍ ଫଟୋ ସେୟାର କରିଛନ୍ତି । କିନ୍ତୁ ଏହି ଫଟୋରେ ଏକ ଟ୍ୱିଷ୍ଟ ରହିଛି । ନକୁଲ ରଣବୀରଙ୍କ ନ୍ୟୁଡ୍ ଫଟୋ ଉପରେ ତାଙ୍କର ଫଟୋ ଲଗାଇଛନ୍ତି । ନକୁଲ ଷ୍ଟୋନ୍ ନାମକ ପତ୍ରିକା ପାଇଁ ଏହି ଫଟୋସୁଟ୍ କରଥିବା କଥା କହିଛନ୍ତି । ମଜାମସ୍ତି ପାଇଁ ନକୁଲଏହି ଫଟୋଟିକୁ ସେୟାର କରିଥିଲେ ସୁଦ୍ଧା ଏଥିପାଇଁ ତାଙ୍କୁ ସୋସିଆଲ ମିଡିଆରେ ଜବରଦସ୍ତ ଟ୍ରୋଲ ହେବାକୁ ପଡିଛି । ଖାଲି ସେତିକି ନୁହେଁ ନକୁଲଙ୍କ ପତ୍ନୀ ମଧ୍ୟ ତାଙ୍କ ପୋଷ୍ଟରେ କମେଣ୍ଟ କରିଛନ୍ତି । ସେ କମେଣ୍ଟରେ ତୁରନ୍ତ ପୋଷାକ ପିନ୍ଧିବା କଥା କହିଛନ୍ତି ।