କନକ ବ୍ୟୁରୋ : ସଂସଦରେ ବିରୋଧୀ ଓ ସଂସଦ ବାହାରେ କୃଷକ । ଏଭଳି ପରିସ୍ଥିତିକୁ ସାମ୍ନା କରିବାକୁ ପଡୁଛି କେନ୍ଦ୍ର ସରକାରଙ୍କୁ । ନା କୃଷକ ନେତାମାନେ ଆନ୍ଦୋଳନରୁ ଉହୁରୁଛନ୍ତି ନା ବିରୋଧୀମାନେ କୃଷି କାନୁନକୁ ନେଇ ସଂସଦର ଉଭୟ ଗୃହରେ ହୋ ହାଲ୍ଲା କରିବାରୁ ନିବୃତ୍ତ ରହୁଛନ୍ତି । ଏସବୁ ଭିତରେ ୟୁପିରେ ଆଗାମୀ ଦିନରେ ହେବାକୁ ବିଧାନସଭା ନିର୍ବାଚନ ପୂର୍ବରୁ କୃଷକ ନେତା ରାକେଶ ଟିକାୟତ ୟୁପିର ବିଭିନ୍ନ ସ୍ଥାନରେ ମହାପଂଚାୟତ କରି ବିଜେପି ସରକାରକୁ ଘେରିବାକୁ ଚେତାବନୀ ଦେଉଥିବା ବେଳେ ବିଜେପି କୃଷକ ଆନ୍ଦୋଳନକୁ ମୁକାବିଲା କରିବାକୁ ପ୍ରୟାସ ଆରମ୍ଭ କରିଛି । ଏହି କ୍ରମରେ ରକ୍ଷା ବନ୍ଧନ ପରେ ୟୁପି ବିଜେପି ପକ୍ଷରୁ ଲକ୍ଷ୍ନୌ ଠାରେ କୃଷକ ମହାପଂଚାୟତ କରାଯିବ ବୋଲି ସୂଚନା ମିଳିଛି ।

Advertisment

ସୂଚନା ମୁତାବକ ୧୬-୨୩ ଅଗଷ୍ଟ ମଧ୍ୟରେ ବିଜେପି ରାଜ୍ୟ କିଷାନ ମୋର୍ଚ୍ଚାର ନେତା ଗନ୍ନା ବାହୁଲ୍ୟ ବିଧାନସଭା କ୍ଷେତ୍ରରେ କୃଷକମାନଙ୍କୁ ସମ୍ବୋର୍ଦ୍ଧିତ କରିବେ । ଏହାପରେ ରାଜଧାନୀ ଲକ୍ଷ୍ନୌ ଠାରେ କିଷାନ ମହାପଂଚାୟତର ଆୟୋଜନ କରାଯିବ । କିଷାନ ପଂଚାୟତ ସରିବା ପରେ ୫-୧୦ ସେପ୍ଟେମ୍ବର ମାଧ୍ୟରେ କୃଷକ ସମ୍ମିଳନୀ ଓ ଶେଷରେ ଚିତ୍ରକୂଟ ଠାରେ କୃଷକ ମୋର୍ଚ୍ଚା କାର୍ଯ୍ୟସମିତି ବୈଠକ ଅନୁଷ୍ଠିତ ହେବ ।
ରାଜ୍ୟ କାର୍ଯ୍ୟାଳୟରେ ଏଭଳି ସୂଚନା ଦେଇଛନ୍ତି ରାଜ୍ୟ ବିଜେପିର କିଷାନ ମୋର୍ଚ୍ଚା ଅଧ୍ୟକ୍ଷ କାମେଶ୍ୱର ସିଂ । ସେ କହିଛନ୍ତି କି ମୋର୍ଚ୍ଚାର ନେତା ବିଜେପି ସରକାର ଦ୍ୱାରା କୃଷକମାନଙ୍କ ହିତରେ ନେଇଥିବା ବିଭିନ୍ନ ପଦକ୍ଷେପ ପ୍ରତିଟି କୃଷକମାନଙ୍କ ପାଖରେ ପହଂଚାଇବାକୁ ଚେଷ୍ଟା କରିବ ।

ସେପଟେ ଏହି ବୈଠକରେ ଯୋଗ ଦେଇଥିବା ବିଜେପି ରାଜ୍ୟ ଅଧ୍ୟକ୍ଷ ସ୍ୱତନ୍ତ୍ର ଦେବ କହିଛନ୍ତି କି, ଭାରତ ଏକ କୃଷି ପ୍ରଧାନ ଦେଶ, କିନ୍ତୁ କିଛି ବିଦେଶୀ ଏଜେନ୍ସିମାନେ ଓ କିଛି ବିରୋଧୀଦଳ କୃଷକମାନଙ୍କୁ ବାଟବଣା କରୁଛନ୍ତି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ବଦନାମ କରିବାକୁ କୁତ୍ସିତ ପ୍ରୟାସ କରୁଛନ୍ତି । ଏଭଳି ପରିସ୍ଥିତିରେ ବିଜେପି କୃଷକ ମୋର୍ଚ୍ଚାର ଦାୟିତ୍ୱ ବଢିଛି । ଏବେ କିଷାନ ମୋର୍ଚ୍ଚା ପକ୍ଷରୁ ରାଜ୍ୟର ପ୍ରତିଟି କୃଷକଙ୍କ ପାଖରେ ପହଂଚି କୃଷି ଆଇନର ଉପକାରିତା ବିଷୟରେ ବୁଝାଇ ସେମାନଙ୍କୁ ଦଳ ସହିତ ଯୋଡିବ ।