କନକ ବ୍ୟୁରୋ : ରାଜସ୍ଥାନ ପରେ ବି ଛତିଶଗଡ କଂଗ୍ରେସ ପକ୍ଷରୁ ରାହୁଲ ଗାନ୍ଧୀଙ୍କୁ ପାର୍ଟିର ରାଷ୍ଟ୍ରୀୟ ଅଧ୍ୟକ୍ଷ କରିବା ନେଇ ପ୍ରସ୍ତାବ ପାରିତ ହୋଇଛି । ଏନେଇ ରବିବାର ଦିନ ଛତିଶଗଡ କଂଗ୍ରେସ ନେତୃତ୍ୱଙ୍କର ଏକ ବୈଠକ ହୋଇଥିଲା । ଯେଉଁଥିରେ ରାହୁଲ ଗାନ୍ଧୀଙ୍କୁ ଦଳର ରାଷ୍ଟ୍ରୀୟ ଅଧ୍ୟକ୍ଷ କରିବା ନେଇ ଏକ ପ୍ରସ୍ତାବ ପାରିତ ହୋଇଛି । ଏନେଇ ଛତିଶଗଡ ମୁଖ୍ୟମନ୍ତ୍ରୀ ଭୂପେଶ ବଘେଲ ସୂଚନା ଦେଇଛନ୍ତି । ସେ କହିଛନ୍ତି କି ଏବେ ରାହୁଲ ଗାନ୍ଧୀଙ୍କୁ ଏହା ଉପରେ ପୁଣିଥରେ ବିଚାର କରିବାର ଆବଶ୍ୟକତା ରହିଛି ।

Advertisment

ସୂଚନା ଥାଉକି ପାଖାପାଖି ୨୧ ବର୍ଷ ପରେ କଂଗ୍ରେସର ଅଧ୍ୟକ୍ଷ ପଦ ପାଇଁ ନିର୍ବାଚନ ହେବାକୁ ଯାଉଛି । ଏନେଇ ଘୋଷଣା ହୋଇଥିବା ସୂଚୀ ମୁତାବକ ସେପ୍ଟେମ୍ବର ୨୪ ରୁ ନାମାଙ୍କନ ଆରମ୍ଭ ହେବ । ଏହାସହ ଅକ୍ଟୋବର ୧୭ ତାରିଖରେ ଭୋଟ ଗ୍ରହଣ ହେବ ଓ ଅକ୍ଟୋବର ୧୯ ତାରିଖରେ ଭୋଟ ଗଣତି ହେବ ।

କେବଳ ଛତିଶଗଡ ଓ ରାଜସ୍ଥାନ ନୁହେଁ, ତେଲେଙ୍ଗାନା, ତାମିଲନାଡୁ, ଦିଲ୍ଲୀ, ହିମାଚଳ ପ୍ରଦେଶର ରାଜ୍ୟ କମିଟିଗୁଡିକ ବି ରାହୁଲ ଗାନ୍ଧୀ ରାଷ୍ଟ୍ରୀୟ ଅଧ୍ୟକ୍ଷ ହୁଅନ୍ତୁ ବୋଲି ଦାବି କରିଛନ୍ତି । ସେପଟେ କଂଗ୍ରେସର ଭାରତ ଯୋଡ ଯାତ୍ରାର ଆଜି ୧୧ ତମ ଦିନ । ଏନେଇ ରାହୁଲ ଗାନ୍ଧୀ ବିଭିନ୍ନ ସ୍ଥାନ ଗସ୍ତକରି ଲୋକଙ୍କ ସମର୍ଥନ ଜୁଟାଇବାରେ ଲାଗିଛନ୍ତି ।