ଆର୍ଥିର୍କ ସଙ୍କଟ ଭିତରେ ଶ୍ରୀଲଙ୍କାରେ ବିଗୁଡୁଛି ସ୍ଥିତି: ଘରୋଇ ପରେ ଏବେ ସରକାରୀ ସ୍କୁଲରେ ପଡିଲା ତାଲା

131

କନକ ବ୍ୟୁରୋ: ଶ୍ରୀଲଙ୍କାର ପିଛା ଛାଡୁନି ଆର୍ଥିକ ସଙ୍କଟ । ତେବେ ଏହି ଆର୍ଥିକ ସଂକଟ ଏବେ ଛାତ୍ରଛାତ୍ରୀଙ୍କ ପାଠପଢା ଉପରେ ପ୍ରତିବନ୍ଧକ ଲଗାଇଛି । ଆଉ ଏକ ସପ୍ତାହ ଧରି ଶ୍ରୀଲଙ୍କାରେ ସ୍କୁଲ୍ ବନ୍ଦ ରହିବ । ଆର୍ଥିକ ସଙ୍କଟ ଭିତରେ ଶ୍ରୀଲଙ୍କା ନିଜର ବିଦ୍ୟୁତ୍ ଶୁକ୍ଳ ଦେବାକୁ ଅସମର୍ଥ । ସେହିପରି ଛାତ୍ରଛାତ୍ରୀ ଓ ଶିକ୍ଷକ ଶିକ୍ଷୟତ୍ରୀଙ୍କୁ ମଧ୍ୟ ନେବା ଆଣିବା ପାଇଁ ଆବଶ୍ୟକୀୟ ଇନ୍ଧନ ନଥିବା କୁହାଯାଇଛି । ଜୁଲାଇ ୪ ରୁ ଏକ ସପ୍ତାହ ଧରି ସମସ୍ତ ସରକାରୀ ଓ ସରକାରୀ ପଂଜୀକୃତ ବେସରକାରୀ ବିଦ୍ୟାଳୟ ବନ୍ଦ ରହିବା ନେଇ ଘୋଷଣା କରିଛନ୍ତି ଶ୍ରୀଲଙ୍କାର ଶିକ୍ଷା ମନ୍ତ୍ରୀ । ତେବେ ଆଗାମୀ ଛୁଟିରେ ଚଳିତ ବର୍ଷର ପାଠ୍ୟକ୍ରମକୁ ପୂରଣ କରାଯିବ ବୋଲି ମଧ୍ୟ ସେ କହିଛନ୍ତି ।