ମୋଦିଙ୍କ ପରେ ଧୋନୀ ହେଉଛନ୍ତି ସବୁଠୁ ଲୋକପ୍ରିୟ ବ୍ୟକ୍ତି । ସର୍ଭେରୁ ଆସିଲା ବଡ ଖବର, ଦେଖନ୍ତୁ ଲୋକପ୍ରିୟ ଭାରତୀୟଙ୍କ ତାଲିକା ।

1,608

ମହେନ୍ଦ୍ର ସିଂହ ଧୋନୀ । ୱିକେଟ୍ ପଛରେ ହେଉ ଅବା ୱିକେଟ୍ ଆଗରେ, ସବୁବେଳେ ଶ୍ରେଷ୍ଠ ପ୍ରଦର୍ଶନ କରି ଅନେକ ସଫଳତା ସାଉଁଟିଛନ୍ତି ଧୋନୀ । କ୍ରିକେଟର ଜଣେ ସଫଳ ଅଧିନାୟକ ଭାବେ ପରିଚିତ ଏହି ଉଜ୍ଜଳ ଓ ଆକ୍ରମଣକାରୀ ବ୍ୟାଟ୍ସମ୍ୟାନଙ୍କ ଅବସର ନେଇ ଚର୍ଚ୍ଚା ହେଉଥିବା ବେଳେ ଧୋନୀଙ୍କୁ ନେଇ ସାମ୍ନାକୁ ଆସିଛି ଏକ ବଡ ଖବର ।

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ପରେ ଦେଶର ସବୁଠୁ ଲୋକପ୍ରିୟ ବ୍ୟକ୍ତି ହେଉଛନ୍ତି ମହେନ୍ଦ୍ର ସିଂ ଧୋନୀ । ବିଶ୍ୱକପ ପରେ କ୍ରିକେଟ ପଡିଆରୁ ମହେନ୍ଦ୍ର ସିଂ ଧୋନୀ ଦୁରେଇ ରହିଥିଲେ ମଧ୍ୟ ତାଙ୍କ ଲୋକପ୍ରିୟତା କମିନାହିଁ । ଟିମ୍ ଇଣ୍ଡିଆର ପୂର୍ବତନ ଅଧିନାୟକ ଧୋନୀ, ଲୋକପ୍ରିୟତା କ୍ଷେତ୍ରରେ ସଚିନ ତେନ୍ଦୁଲକର ଓ ବିରାଟ କୋହଲିଙ୍କୁ ପଛରେ ପକାଇ ଦେଇଛନ୍ତି । ‘ୟୁ-ଗଭ’ ସଂସ୍ଥା ତରଫରୁ କରାଯାଇଥିବା ସର୍ଭେ ରିପୋର୍ଟରୁ ଏହି ତଥ୍ୟ ଜଣାପଡିଛି । ‘ୟୁ-ଗଭ’ ପକ୍ଷରୁ ଏହି ସର୍ଭେ କରାଯାଇଥିଲା । ଯେଉଁଥିରେ ୪୧ଟି ଦେଶର ୪୨ ହଜାର ନାଗରିକ ଭାଗ ନେଇ ବିଶ୍ୱର ଲୋକପ୍ରିୟ ବ୍ୟକ୍ତି ବାଛିଥିଲେ । ଉଭୟ ପୁରୁଷ ଓ ମହିଳା ବର୍ଗ ପାଇଁ ସର୍ଭେ କରିଯାଇଥିଲା ।

ଭାରତର ଲୋକପ୍ରିୟ ବ୍ୟକ୍ତି ପୁରୁଷ ବର୍ଗରେ ନରେନ୍ଦ୍ର ମୋଦି ସବୁଠୁ ଆଗରେ ଥିବା ବେଳେ ମହିଳା ବିଭାଗରେ ବକ୍ସର ମେରିକମ ଲୋକପ୍ରିୟତାର ଶୀର୍ଷରେ ରହିଛନ୍ତି । ତେବେ ବିଶ୍ୱର ଲୋକପ୍ରିୟ ତାଲିକାରେ ୧୫.୬୬ ରେଟିଙ୍ଗ ପାଇ ଷଷ୍ଠ ସ୍ଥାନରେ ରହିଛନ୍ତି ନରେନ୍ଦ୍ର ମୋଦି । ସେହିପରି ବିଶ୍ୱର ୨୫ ଲୋକପ୍ରିୟ ମହିଳାଙ୍କ ତାଲିକାରେ ଏକମାତ୍ର ଭାରତୀୟ ଭାବେ ୧୦.୩୬ ପ୍ରତିଶତ ସହ ରହିଛନ୍ତି ମେରିକମ୍ । ଆଉ ଭାରତୀୟଙ୍କ ଲୋକପ୍ରିୟ ତାଲିକାରେ ମୋଦିଙ୍କ ପରେ ୮.୫୮ ପ୍ରତିଶତ ସହ ରହିଛନ୍ତି ଏମଏସ ଧୋନୀ । ସେହିପରି ଷଷ୍ଠ ସ୍ଥାନରେ ସଚିନ ତେନ୍ଦୁଲକର ଓ ସପ୍ତମରେ ରହିଛନ୍ତି ବିରାଟ କୋହଲି । ସେହିପରି ଭାରତୀୟ ଲୋକପ୍ରିୟ ମହିଳାଙ୍କ ତାଲିକାରେ ମେରିକମଙ୍କ ପଛକୁ ପୁଡୁଚେରୀ ଉପରାଜ୍ୟପାଳ କିରଣ ବେଦୀ, ଲତା ମଙ୍ଗେସକର, ଦିପିକା ପାଦ୍ୟୁକୋନ ରହିଛନ୍ତି ।