କନକ ବ୍ୟୁରୋ: ଯଦି ସବୁ କିଛି ଠିକଠାକ୍ ଯାଏ, ତେବେ ଆଉ ଅଳ୍ପଦିନ ଭିତରେ ଭାରତରେ ଦୁଇଟି କରୋନା ଟିକା ଉପଲବ୍ଧ ହୋଇଯିବ । ଆଷ୍ଟ୍ରାଜେନିକାରପ୍ରସ୍ତୁତ କରୁଥିବା କୋଭିସିଲ୍ଟ ଏବଂ ଭାରତ ବାୟୋଟେକ୍ ପ୍ରସ୍ତୁତି କରୁଥିବା କୋଭାକ୍ସିନ ଟିକାକୁ ନେଇ ଆଶା ଉଜ୍ୱଳ ହେବାରେ ଲାଗିଛି । ଟିକାର ଜରୁରୀକାଳୀନ ବ୍ୟବହାର ପାଇଁ ଦେଶର ଔଷଧ ନିୟନ୍ତ୍ରକ ସଂସ୍ଥାକୁ ଅନୁମତି ମାଗିଛି ସେରମ ଇନଷ୍ଟିଚ୍ୟୁଟ ଅଫ ଇଣ୍ଡିଆ । କୋଭିସିଲଡ୍ ଟିକାକୁ ଅନୁମତି ଦେବା ପାଇଁ କମ୍ପାନୀ ଆବେଦନ କରିଛି । ଜାନୁୟାରୀ ଶେଷ ସୁଦ୍ଧା କୋଭିସିଲ୍ଟ ଓ କୋଭାକ୍ସିନ ଟିକା ଉପଲବ୍ଧ ହାଇଯିବ ବୋଲି ଆଶା କରାଯାଉଛି ।
ବିଶ୍ୱରେ ସାଢ଼େ ୬ କୋଟିରୁ ଅଧିକ ଲୋକ କରୋନାରେ ଆକ୍ରାନ୍ତ ହୋଇଥିବା ବେଳେ ଭାରତରେ ୯୬ ଲକ୍ଷ ଲୋକ ଏହି ମହାମାରୀରେ ପଡ଼ିଛନ୍ତି । ଟିକା ଏହାର ଏକମାତ୍ର ସମଧାନ ହୋଇଥିବା ବେଳେ ଫାଇଜର ପରେ ଭାରତରେ ଟିକା ବ୍ୟବହାର ପାଇଁ ସିରମ୍ ଇନଷ୍ଟିଚ୍ୟୁଟ ଅନୁମତି ମାଗିଛି । ଏହା ଦର୍ଶାଉଛି, ଖୁବଶୀଘ୍ର ଦେଶରେ ଆରମ୍ଭ ହେବାକୁ ଯାଉଛି ଟୀକାକରଣ ।
ଏବେ ପଢ଼ନ୍ତୁ ସିରମ ଇନଷ୍ଟିଚ୍ୟୁଟ୍ ନିର୍ମିତ ଟୀକା କୋଭିସିଲ୍ଡ ଉପରେ –
ଆଇସିଏମଆର୍ ସହଯୋଗରେ ଭାରତରେ ହେଉଛି ତୃତୀୟ ପର୍ଯ୍ୟାୟ ପରୀକ୍ଷଣ
ୟୁକେ ଓ ବ୍ରାଜିଲରେ ହୋଇଛି ଅକ୍ସଫୋର୍ଡ ଟିକାର ବ୍ୟାପକ ପରୀକ୍ଷଣ
ପରୀକ୍ଷଣରୁ ମିଳିଥିବା ତଥ୍ୟ ଭାରତର ଡ୍ରଗ୍ସ କଂଟ୍ରୋଲରଙ୍କୁ ଦିଆଯାଇଛି
ହାରାହାରି ୭୦ ପ୍ରତିଶତ ଫଳପ୍ରଦ ହେଉଥିବା ନେଇ ମିଳିଛି ତଥ୍ୟ
ବୟସ୍କ ବ୍ୟକ୍ତିଙ୍କ ଠାରେ ବି ସୃଷ୍ଟି କରୁଛି ରୋଗ ପ୍ରତିରୋଧ ଶକ୍ତି
ପ୍ରଥମ ପର୍ଯ୍ୟାୟରେ ୧୦ କୋଟି ଟିକା ପ୍ରସ୍ତୁତ କରୁଛି ସିରମ୍ ଇନଷ୍ଟିଚ୍ୟୁଟ୍
ଆମେରିକାର ଫାଇଜର କଂପାନୀ ପ୍ରସ୍ତୁତ କରୁଥିବା ଟିକା ଭଳି କୋଭିସିଲ୍ଡକୁ ସାଇତି ରଖିବା ଓ ପରିବହନ କରିବା ପାଇଁ କୋଲ୍ଡ ଚେନର ଆବଶ୍ୟକତା ପଡ଼ିବ ନାହିଁ । ତେଣୁ ସିରମ ଇନଷ୍ଟିଚ୍ୟୁଟର ଟୀକା ଭାରତ ପାଇଁ ଅଧିକ ଉପଯୋଗୀ ବୋଲି କୁହାଯାଉଛି ।
ଜାନୁଆରୀ ସୁଦ୍ଧା ସିରମ୍ ଇନଷ୍ଟିଚ୍ୟୁଟର କୋଭିସିଲ୍ଡ ଓ ଭାରତ ବାୟୋଟେକ କୋଭାକ୍ସିନ୍ ଉପଲବ୍ଧ ହେବା ଆଶା କରାଯାଉଛି । ସେପଟେ ଆମେରିକାର ଫାଇଜର ଓ ମଡର୍ନା ଟୀକାକୁ ନେଇ ଆଶା ବଢ଼ିବାରେ ଲାଗିଛି । ରୁଷିଆ ଟୀକା ‘ସ୍ପୁଟନିକ-ଭି’ର ଭାରତରେ ପରୀକ୍ଷଣ ଆରମ୍ଭ ହୋଇଛି ।
Follow Us