ପେଟ୍ରୋଲ, ଡିଜେଲ ପରେ ଶସ୍ତା ହେବ ଖାଇବା ତେଲ । ପାମୋଲିନ୍, ସୋୟାବିନ୍ ଓ ସୂର୍ଯ୍ୟମୁଖୀ ତେଲରୁ ଶୁଳ୍କ ହ୍ରାସ କଲେ କେନ୍ଦ୍ର ସରକାର ।

229

କନକ ବ୍ୟୁରୋ: ଖାଉଟିଙ୍କ ପାଇଁ ଖୁସିଖବର । ଶସ୍ତା ହେବ ଖାଇବା ତେଲଦର । କେନ୍ଦ୍ର ସରକାର ଖାଇବା ତେଲ ଉପରୁ ଶୁଳ୍କ ହ୍ରାସ କରିବା ପରେ ଖାଇବା ତେଲଦର ହ୍ରାସ ପାଇବ ବୋଲି ସୂଚନା ମିଳିଛି । ତେବେ କେନ୍ଦ୍ର ସରକାର ପାମୋଲିନ୍, ସୋୟାବିନ୍ ଓ ସୂର୍ଯ୍ୟମୁଖୀ ତେଲରୁ ଶୁଳ୍କ ହ୍ରାସ କରିଛନ୍ତି । ଯାହା ଫଳରେ ଏବେ ଖାଉଟିଙ୍କ ପାଇଁ ଖୁସି ଖବର ଆସିବା ସହିତ ଖାଇବା ତେଲଦର ହ୍ରାସ ପାଇବ ବୋଲି ସୂଚନା ମିଳିଛି । ତେବେ ସୋୟାବିନ୍ ଓ ସୂର୍ଯ୍ୟମୁଖୀ ତେଲରୁ କେନ୍ଦ୍ର ସରକାର କୃଷି ସେସ୍ ୫ ପ୍ରତିଶତକୁ ହ୍ରାସ ପାଇଛି । ଯାହା ଫଳରେ ବିଭିନ୍ନ ତେଲଦର ଲିଟର ପିଛା ଦାମ ୪ରୁ ୭ ଟଙ୍କା ପର୍ଯ୍ୟନ୍ତ ହ୍ରାସ ପାଇବ ବୋଲି କୁହାଯାଇଛି । ଏହାପୂର୍ବରୁ କେନ୍ଦ୍ର ସରକାର ପେଟ୍ରୋଲ ଓ ଡିଜେଲ ଉପରୁ ମଧ୍ୟ ଏକ୍ସସାଇଜ୍ ଡ୍ୟୁଟି ହ୍ରାସ କରିଥିଲେ । ଦେଶର ବିଭିନ୍ନ ସ୍ଥାନରେ ତେଲଦର ଆକାଶ ଛୁଆଁ ହେଉଥିବାବେଳେ, କେନ୍ଦ୍ର ସରକାର ଦୀପାବଳି ଭେଟି ଦେଇଥିଲେ । ପେଟ୍ରୋଲ ଉପରୁ କେନ୍ଦ୍ର ସରକାର ୫ ଟଙ୍କା ଓ ଡିଜେଲ ଉପରୁ ୧୦ ଟଙ୍କା ଶୁଳ୍କ ହ୍ରାସ କରିଥିଲେ । ଯାହା ପରେ ଏବେ ଖାଇବା ତେଲଦର ମଧ୍ୟ ହ୍ରାସ ପାଇବା ନେଇ କେନ୍ଦ୍ର ସରକାର ଘୋଷଣା କରିଛନ୍ତି ।