କନକ ବ୍ୟୁରୋ: ଦିନକୁ ଦିନ ଆହୁରି ସଂଗଠିତ ହେଉଛନ୍ତି ମୋଦୀ ବିରୋଧୀ । ପାଟଣା ଓ ବେଙ୍ଗଳୁରୁ ବୈଠକ ପରେ ମହାରାଷ୍ଟ୍ରରେ ଚାଲିଛି ମହାମନ୍ଥନ । ପୁଣି ଥରେ ଗୋଟିଏ ଛାତ ତଳେ ଏକାଠି ହୋଇଛନ୍ତି ଇଣ୍ଡିଆ ମେଂଟରେ ଥିବା ବିରୋଧୀ ଦଳ । ୨୬ ଦଳ, ୬୦ ନେତା ଓ ୫ଟି ରାଜ୍ୟର ମୁଖ୍ୟମନ୍ତ୍ରୀ ଏକାଠି ହୋଇ ବିଜେପି ବିରୋଧୀ ରଣନୀତି ପ୍ରସ୍ତୁତ କରୁଛନ୍ତି ।

Advertisment

୨୦୨୪ରେ ମୋଦିଙ୍କୁ ମାତ ଦେବାକୁ ମୁମ୍ବାଇରେ ଆରମ୍ଭ ହୋଇଛି ଇଣ୍ଡିଆର ମାନସମାନ୍ଥନ । ବୈଠକରେ ସାମିଲ ହୋଇଛନ୍ତି ୨୮ ଦଳ, ୬୦ ନେତା ଓ ୫ ରାଜ୍ୟର ମୁଖ୍ୟମନ୍ତ୍ରୀ । ବୈଠକର ଏଜେଣ୍ଡାରେ ରହିଛି ନୂଆ ଲୋଗୋ, ନୂଆ ସଂଯୋଜକ, ନୂଆ ସମନ୍ୱୟ କମିଟି । ସମ୍ଭାବ୍ୟ ପ୍ରଧାନମନ୍ତ୍ରୀ ପ୍ରାର୍ଥୀ ନେଇ ଆଲୋଚନା ହୋଇପାରେ । ନୀତିଶ କୁମାର ସଂଯୋଜକ ହେବାକୁ ମନାକରିସାରିଛନ୍ତି । ତେଣୁ ରେସରେ କଂଗ୍ରେସ ସଭାପତି ମଲ୍ଲିକାର୍ଜୁନ ଖଡଗେ ଆଗରେ ଅଛନ୍ତି ବୋଲି କୁହାଯାଉଛି । ମୁମ୍ବାଇରେ ଇଣ୍ଡିଆର ମାନସ ମନ୍ଥନ ଚାଲିଥିବାବେଳେ ଆଦାନୀ ଗ୍ରୁପକୁ ପୁଣି ଟାର୍ଗେଟ କରିଛନ୍ତି ରାହୁଲ ଗାନ୍ଧି । କିଛି ବିଦେଶୀ ମିଡିଆରେ ଆଦାନୀ ଗ୍ରୁପର ଖୁଲାସା ନେଇ ବର୍ଷିଛନ୍ତି । କହିଛନ୍ତି, ଏଭଳି ଖୁଲାସା ଦ୍ୱାରା ଦେଶର ଛବି ଖରାପ ହୋଇଛି । କାହାର ଟଙ୍କା ବାହାରକୁ ଯାଉଛି । ଏହି ଟଙ୍କା ଆଦାନୀର ନା ଆଉ କାହାର ବୋଲି ପ୍ରଶ୍ନ କରିଛନ୍ତି ରାହୁଲ ।

ସବୁଠାରୁ ବଡ କଥା ହେଲା, ଇଣ୍ଡିଆ ମେଂଟରେ ଆସନ ଭାଗବଂଟା କେମିତି ହେବ ? କୁହାଯାଉଛି ୨୦୧୯ ଲୋକସଭା ନିର୍ବାଚନ ଆଧାରରେ ଫର୍ମୁଲା ପ୍ରସ୍ତୁତ ହୋଇପାରେ । ବିଜୟ ଆସନ ସହ ଯେଉଁ ଦଳ ଦ୍ୱିତୀୟ ସ୍ଥାନରେ ଥିଲା ସେହି ଆସନ ସଂପୃକ୍ତ ଦଳକୁ ଦିଆଯ।।ଇପାରେ । ଏଭଳି ଦେଖିଲେ

-କଂଗ୍ରେସକୁ ମିଳିପାରେ ୨୬୧ଟି ଆସନ
-୨୦୧୯ରେ କଂଗ୍ରେସ ୫୨ ଆସନ ଜିତିଥିବାବେଳେ ୨୦୯ ଆସନରେ ଦ୍ୱିତୀୟ ଓ ୯୯ ଆସନରେ ତୃତୀୟ ସ୍ଥାନରେ ଥିଲା
-ଟିଏମସିକୁ ମିଳିପାରେ ୬୧ଟି ଆସନ
-୨୦୧୯ରେ ୬୩ଟି ଆସନରେ ପ୍ରତିଦ୍ୱିନ୍ଦିତା କରି ୨୨ଟି ଆସନରେ ଜିତିଥିଲା । ୧୯ ଆସନରେ ଦ୍ୱିତୀୟ ଓ ୩ଟି ଆସନରେ ତୃତୀୟ ସ୍ଥାନରେ ଥିଲେ
-ସମାଜବାଦୀ ପାର୍ଟିକୁ ୩୬
-ଶିବସେନାକୁ ୨୧, ଏନସିପିକୁ ୨୦
-ଡିଏମକେ ୨୩, ଜେଡିୟୁ ୧୭ ଓଆରଜେଡିକୁ ୧୯ ଆସନ ମିଳିପାରେ । ତେବେ ଆପ୍, ନ୍ୟାସନାଲ କନଫରେନ୍ସ ଭଳି ଦଳକୁ କମ ଆସନ ମିଳିବ ତାକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି ।

ତେବେ ଆସନ ଭାଗବଂଟାରେ ପଞ୍ଜାବ, ପଶ୍ଚିମବଙ୍ଗ, ଦିଲ୍ଲୀ ଓ ମହାରାଷ୍ଟ୍ର ବଡ ସମସ୍ୟା ହୋଇପାରେ ବୋଲି ଆଲୋଚନା ହେଉଛି । ଏହାଛଡା ପ୍ରଧାନମନ୍ତ୍ରୀ ଚେହେରା ନେଇ ବୟାନବାଜି ଚାଲିଥିବାରୁ ଏ ନେଇ କଣ ନିଷ୍କର୍ସ ବାହାରୁଛି ସେ ଉପରେ ସମସ୍ତଙ୍କ ନଜର ରହିଛି ।