ପାଟକୁରା ଫଳାଫଳ: ‘ଶଙ୍ଖ’ ଶିବିରରେ ବିଜୟ ଉତ୍ସବ, ‘ହାତ’କୁ ଗଲାନି, ନୋଟାରେ ପଡ଼ିଲା ଭୋଟ୍ ।

163

କନକ ବ୍ୟୁରୋ : ପାଟକୁରା ଫଳାଫଳ ପରେ ଚାଲିଲା ଚର୍ଚ୍ଚା । ‘ହାତ’କୁ ଗଲାନି ନୋଟାରେ ପଡ଼ିଲା ଭୋଟ୍ । ଏମିତି କିଛି ଫଳାଫଳ ଆସିଛି ଯାହା କି କାହା ଶିବିରକୁ ଖୁସି କରିଛି ତ କାହା ଶିବିରଙ୍କୁ ଉଦାସ । ‘ଶଙ୍ଖ’ ଶିବିରକୁ ଶଭୁଛି ‘ବିଜୟ’ ଅନ୍ୟପଟେ ବିରୋଧୀଙ୍କ ଶିବିରରେ ଲାଗିଛି ପରାଜୟର ନିଆଁ । ତେବେ ପାଟକୁରା ନିର୍ବାଚନ ଫଳାଫଳ ଚିତ୍ର ଆସିବା ପରେ ପୂର୍ବ ନିର୍ବାଚନ ପରି ଏଥର ମଧ୍ୟ ‘ହାତ’ ଉଠି ପାରିନଥିବା ଦେଖିବାକୁ ମିଳିଛି ।

ଅନ୍ୟପଟେ ‘ହାତ’କୁ ନଯାଇ ନୋଟାରେ ପଡ଼ିଛି ୪୧୩ ଖଣ୍ଡ ଭୋଟ୍ । ଯାହାକୁ ନେଇ ରାଜନୈତିକ ମହଲରେ ଚର୍ଚ୍ଚା ଜୋର ଧରିଛି । କାରଣ ଯେଉଁଠି ପୂର୍ବରୁ କେବଳ ବିଜେଡି ଓ ବିଜେପି ମଧ୍ୟରେ କଡ଼ା ଟକ୍କର ହେବ ବୋଲି କୁହାଯାଉଥିଲା ଆଉ କଂଗ୍ରେସର ଶୋଚନୀୟ ପରାଜୟ ହେବ ବୋଲି ମଧ୍ୟ ମତ ଦେଉଥିଲେ ରାଜନୀତି ବିଶେଷଜ୍ଞ , ତାହା ହିଁ ବାସ୍ତବିକତାରେ ପରିଣତ ହୋଇଛି । ବିଜେଡି ବିଜୟ ହୋଇଛି ଆଉ ବିଜେପି ଦ୍ୱିତୀୟ ସ୍ଥାନରେ ରହି ପରାଜୟର ଦ୍ୱାରା ଦେଖିଛି ।

ଅନ୍ୟପଟେ କଂଗ୍ରେସ ଏଠାରେ ଶୋଚନୀୟ ପରାଜୟ ହୋଇଛି । ଗୋଟିଏ ପଟେ ଦମ୍ଭୋକ୍ତି ବାଢୁଥିବା ହାତ ପାଟକୁରାରେ ପାଣିରେ ଅଣ ନିଶ୍ୱାସୀ ହୋଇ ପଡ଼ିଛି । ଆଉ ସେପଟେ ନୋଟାକୁ ପାଟକୁରାରେ ଦେଇଛନ୍ତି ୪୧୩ ଖଣ୍ଡ ଭୋଟ୍ । ଯାହାକୁ ନେଇ ଏବେ ସାଧାରଣ ଜନତା ଏବଂ ରାଜନୈତିକ ମହଲରେ ଚର୍ଚ୍ଚା ହେଉଛି । ଯେ, ଲୋକମାନେ ସମ୍ପୂର୍ଣ୍ଣ ଭାବେ କଂଗ୍ରେସକୁ ପ୍ରତ୍ୟାଖାନ କରିଥିବା ଏହି ଫଳାଫଳ ଦର୍ଶାଉଛି ।