ଇଡି ପରେ ସିବିଆଇ : ପାର୍ଥଙ୍କ ପରେ ଟିଏମସି ନେତା ଅନୁବ୍ରତ ମଣ୍ଡଳ ଗିରଫ

91

କନକ ବ୍ୟୁରୋ : ଇଡି ପରେ ସିବିଆଇ । ପଶ୍ଚିମବଙ୍ଗର ପୂର୍ବତନ ମନ୍ତ୍ରୀ ପାର୍ଥ ଚାଟାର୍ଜୀ ପରେ ଏବେ ଆଉ ଜଣେ ଟିଏମସି ନେତା ବନ୍ଧା ହେଲେ । ତୃଣମୃଳ କଂଗ୍ରେସର ହାଇପ୍ରୋଫାଇଲ ନେତା ଅନୁବ୍ରତ ମଣ୍ଡଳଙ୍କୁ ଗୁରୁବାର ସକାଳୁ ଗିରଫ କରିଛି ସିବିଆଇ । ଗୋରୁ ଚାଲାଣ ଅଭିଯୋଗ ଆଧାରରେ ଗିରଫ କରଯାଇଛି ।

ଏହା ପୂର୍ବରୁ ଜେରା ପାଇଁ ଟିଏମସି ନେତାଙ୍କୁ ସିବିଆଇ ସମନ ଦେଇଥିଲେ ସୁଦ୍ଧା ସେ ହାଜର ହୋଇନଥିଲେ । ଜେରା ପାଇଁ ସହଯୋଗ ନକରିବା ପରେ ବୀରଭୂମର ତାଙ୍କୁ ଗିରଫ କରିଛି ସିବିଆଇ । ଭାରତ-ବାଙ୍ଗଲାଦେଶ ସୀମା ଦେଇ ଗୋ ଚାଲାଣ କରୁଥିବା ସୂଚନା ମିଳିବା ପରେ ସିବିଆଇ ୨୦୨୦ରେ ବିଏସଏଫ କମାଡେଂଟ ସତୀଶ କୁମାରଙ୍କ ସହିତ ବହୁତ ଲୋକଙ୍କ ବିରୋଧରେ ମାମଲା ରୁଜୁ କରିଥିଲା । ଏମାନଙ୍କୁ ଜେରା ସମୟରେ ଅନୁବ୍ରତ ମଣ୍ଡଳଙ୍କ ନାଁ ସାମ୍ନାକୁ ଆସିିଥିଲା ।