କନକ ବ୍ୟୁରୋ : ଗିରଫ ଅଭିଯୁକ୍ତଙ୍କୁ ପଟିଆଲା ହାଉସକୋର୍ଟରେ ହାଜର କରାଯାଇଛି । କଡ଼ା ସୁରକ୍ଷା ଭିତରେ ଅଭିଯୁକ୍ତଙ୍କୁ କୋର୍ଟରେ ହାଜର କରାଯାଇଛି । ଦିଲ୍ଲୀ ପୁଲିସ ଅଭିଯୁକ୍ତଙ୍କ ପାଇଁ ୧୫ଦିନର ରିମାଣ୍ଡ ମାଗିଥିଲେ ବି କୋର୍ଟ କେବଳ ୭ଦିନର ରିମାଣ୍ଡ ପାଇଁ ଅନୁମତି ଦେଇଛନ୍ତି । ସୂଚନା ଅନୁସାରେ ଅଭିଯୁକ୍ତଙ୍କୁ କୋର୍ଟରେ ହାଜର କରାଯିବା ପୂର୍ବରୁ ଡଗ ସ୍କ୍ୱାର୍ଡ ଟିମ ପହଁଚି କୋର୍ଟ ପରିସରକୁ ତନ୍ନତନ୍ନକରି ଯାଂଚ କରିଥିଲା ।

Advertisment

ବୁଧବାର ନୂଆ ସଂସଦ ଗୃହରେ ସୁରକ୍ଷାରେ ତ୍ରୁଟି ଦେଖା ଦେବା ପରେ ସୁରକ୍ଷାରେ ବଦଳିଲା ନିୟମ । ଏବେ ସଂସଦ ଭବନକୁ ଭିଜିଟର୍ସ ମାନଙ୍କ ନଆସିବାକୁ ବାରଣ କରାଯାଇଛି । ଏହା ବ୍ୟତୀତ, ଗୁରୁତ୍ୱପୂର୍ଣ୍ଣ ସୁରକ୍ଷା ପ୍ରୋଟୋକଲଗୁଡିକ ମଧ୍ୟ ସମ୍ପୂର୍ଣ୍ଣ ରୂପେ ପରିବର୍ତନ କରାଯାଇଛି । ଆଜିଠାରୁ ସାଂସଦ, କର୍ମଚାରୀ ଏବଂ ଗଣମାଧ୍ୟମ ସହ ଜଡିତ ଲୋକମାନେ ବିଭିନ୍ନ ସୁରକ୍ଷା ଫାଟକ ଦେଇ ସଂସଦ ଭବନରେ ପ୍ରବେଶ କରିବେ । ଏହା ବ୍ୟତୀତ, ଯେତେବେଳେ ଭିଜିଟର୍ସମାନେ ପୁନର୍ବାର ଆସିବା ଆରମ୍ଭ କରିବେ, ସେମାନେ ପୁରୁଣା ଫାଟକ ଦେଇ ପ୍ରବେଶ କରିପାରିବେ ନାହିଁ । ପରିଦର୍ଶକମାନେ ଏବେ ଚତୁର୍ଥ ଫାଟକରୁ ସଂସଦ ଭବନରେ ପ୍ରବେଶ କରିବେ । ପରବର୍ତୀ ବିଜ୍ଞପ୍ତି ପର୍ଯ୍ୟନ୍ତ ଭିଜିଟର୍ସ ପାସ୍ ପ୍ରଦାନ ଉପରେ ସମ୍ପୂର୍ଣ୍ଣ ନିଷେଧାଦେଶ ଜାରି କରାଯାଇଛି । ସେହିପରି ଯେଉଁ ଭିଜିଟର୍ସମାନେ ଆସିବେ ଆଉ ଗ୍ୟାଲେରୀରେ ବସିବେ । ତାହା ସମ୍ପୂର୍ଣ୍ଣ କାଚରେ ଆଚ୍ଛାଦିତ ହେବ । ସେହିପରି ସମାନ ପ୍ରକାରର ବଡି ସ୍କାନର୍ ଯାହା ବିମାନବନ୍ଦରରେ ରହିଛି ତାହା ସଂସଦ ଗୃହରେ ମଧ୍ୟ ସ୍ଥାପନ କରାଯିବ ।

ସଂସଦର ସୁରକ୍ଷା ଭଙ୍ଗ ଘଟଣାରେ ଅଭିଯୁକ୍ତଙ୍କ ବିରୋଧରେ ୟୁଏପିଏ ଆଧାରରେ ଏଫଆଇଆର ରୁଜୁ ହୋଇଛି । ଆଜି ଅଭିଯୁକ୍ତଙ୍କୁ କୋର୍ଟରେ ହାଜର କରାଯିବ । ଏହି ମାମଲାରେ ମୋଟ୍ ୬ ଜଣଙ୍କ ସଂପୃକ୍ତି ରହିଛି । ୫ ଜଣ ଗିରଫ ହୋଇଛନ୍ତି ଅନ୍ୟ ଜଣେ ଫେରାର ରହିଛନ୍ତି । ୟୁଏପିଏ ଆଧାରରେ ଯଦି ଅଭିଯୁକ୍ତ ଦୋଷୀ ସାବ୍ୟସ୍ତ ହେବେ ତାହେଲେ ତାଙ୍କୁ ମୃତ୍ୟଦଣ୍ଡାଦେଶ ହୋଇପାରେ । ସସଂଦରେ ଯେଉଁଭଳି ଆତଙ୍କ ଖେଳାହୋଇଛି ଏହାକୁ ନେଇ ସଂସଦର ସୁରକ୍ଷାକୁ ନେଇ ପ୍ରଶ୍ନ ଉଠିଛି । କେନ୍ଦ୍ର ସରକାରଙ୍କ ଗୃହ ମନ୍ତ୍ରାଳାୟ ସିଆରପିଏଫ ଡିଜିଙ୍କୁ ତଦନ୍ତ ନିର୍ଦ୍ଦେଶ ଦେଇଛନ୍ତି । ଦିଲ୍ଲୀ ପୋଲିସର ଡିସିପି ମନୀଷୀ ଚନ୍ଦ୍ରା, ଡିସିପି ପ୍ରତୀକ୍ଷା ଗୋଦରା ଏବଂ ଅନ୍ୟ ଅଧିକାରୀଙ୍କ ସହ ଦିଲ୍ଲୀ ପୋଲିସର ସ୍ୱତନ୍ତ୍ର ସେଲ୍ ଟିମ୍ ଭୋର ୪ଟା ଯାଏ ଅଭିଯୁକ୍ତଙ୍କୁ ପଚରାଉଚରା କରିଥିଲେ । ଏହାପରେ ସଂସଦ ଷ୍ଟ୍ରିଟ୍ ପୋଲିସ ଷ୍ଟେସନରୁ ବାହାରିଥିଲେ ।