କନକ ବ୍ୟୁରୋ: ଓଟିପି ସେୟାରିଂ ସ୍କାମ ତଥ୍ୟ ଲିକ୍ ଘଟଣାରେ ଖୋଲିବ ପାକିସ୍ତାନ ଆଇଏସଆଇ ଏଜେଣ୍ଟଙ୍କ ସହ ଆର୍ଥିକ କାରବାରର ଲିଙ୍କ । ଅଭିଯୁକ୍ତ ଅଭିଜିତକୁ ଜେରା କରୁଛି ମହାରାଷ୍ଟ୍ର ଏଟିଏସ୍ । ଗିରଫ ଅଭିଜିତର ପାକିସ୍ତାନ, ଆଇଏସଆଇ ଓ ନାଇଜେରିଆ ଲିଙ୍କ ସାମ୍ନାକୁ ଆସିଛି । ତେଣୁ ଆତଙ୍କୀଙ୍କ ସହ ସଂପର୍କ ସନ୍ଦେହରେ ଏସିଟିଏଫ ଗୁଡେଇ ତୁଡେଇ ପଚରା ଉଚରା କରୁଛି । ଆବଶ୍ୟକ ହେଲେ ନିଆଯାଇପାରେ ଏନଆଇଏ ଓ ଆଇବିର ସହାୟତା ।

Advertisment
  • ଆତଙ୍କବାଦୀ ଲିଙ୍କର ଖୋଳତାଡ 
  • ଭୁବନେଶ୍ୱରରେ ଏଟିଏସ ଟିମ୍ 

ଅଭିଜିତକୁ ଓଟିପି ସ୍କାମରେ ଓଡିଶା ଏସଟିଏଫ ଗିରଫ କରିବା ପରେ ମହାରାଷ୍ଟ୍ର ଏଟିଏସ୍ ବା ଆଣ୍ଟି ଟେରୋରିଷ୍ଟ ସ୍କ୍ୱାର୍ଡ ଭୁବନେଶ୍ୱର ଆସି ପଚରାଉଚରା କରୁଛି । ଓଟିପି ସେୟାରିଂ ସ୍କାମରେ ଗିରଫ ଅଭିଜିତର ପାକିସ୍ତାନ, ଆଇଏସଆଇ ଓ ନାଇଜେରିଆ ଲିଙ୍କ ସାମ୍ନାକୁ ଆସିଛି । ତେଣୁ ଆତଙ୍କୀଙ୍କ ସହ ସଂପର୍କ ସନ୍ଦେହରେ ଏସିଟିଏଫ ଗୁଡେଇ ତୁଡେଇ ପଚରାଉଚରା କରୁଛି । ଆଗକୁ ଏନଆଇଏ ଓ ଆଇବି ମଧ୍ୟ ଅଭିଜିତକୁ ଜେରା କରିପାରନ୍ତି ବୋଲି ସୂଚନା ମିଳିଛି ।

ପାକିସ୍ତାନ କରାଚୀର ସେନା ଗୁଇନ୍ଦା ଅଧିକାରୀ ଅବଦୁଲ ହମିଦ ଓରଫ ଖୁରାମଙ୍କ ସହ ଅଭିଜିତର ଲିଙ୍କ ସନ୍ଦେହ ବଢାଉଛି । କରାଚୀରୁ ଅଭିଜିତଙ୍କ ଆକାଉଣ୍ଟକୁ ଟଙ୍କା ଆସୁଥିଲା । ଆଉ ଭାରତର ବିଭିନ୍ନ ସ୍ଥାନରେ ଥିବା ପାକ ଏଜେଣ୍ଟଙ୍କ ପାଖକୁ ଟଙ୍କା ପଠାଉଥିଲା ଅଭିଯୁକ୍ତ । ତଦନ୍ତରୁ ଏହା ଜଣାପଡିବା ପରେ ଦେଶରେ ଆତଙ୍କବାଦୀ ଗତିବିଧି ସହ ଅଭିଜିତ ସଂପୃକ୍ତ ଥିବା ସନ୍ଦେହ କରାଯାଉଛି । ଏବେ ଅଭିଜିତ ଠାରୁ ପାକ୍ ଏଜେଣ୍ଟଙ୍କ ତଥ୍ୟ ସଂଗ୍ରହ କରିବାକୁ ଉଦ୍ୟମ କରୁଛି ମହାରାଷ୍ଟ୍ର ଏଟିଏସ୍ ।

ଓଟିପି ସେୟାରିଂରୁ ଆତଙ୍କବାଦୀ ଲିଙ୍କ ସାମ୍ନାକୁ ଆସିବା ପରେ ପ୍ରଶ୍ନ ଉଠୁଛି...

  • ଦେଶ ବିରୋଧୀ କାର୍ଯ୍ୟରେ ଲିପ୍ତ ଥିଲା କି ଅଭିଜିତ? 
  • ପାକିସ୍ତାନର ଆର୍ମି ଇଣ୍ଟେଲିଜେନ୍ସ ଅଫିସର ଅବଦୁଲ ହମିଦ ଓରଫ୍ ଖୁରାମକୁ କେମିତି ଚିହ୍ନିଲା ଅଭିଜିତ ?
  • ଖୁରାମ କଥାରେ କେତେ ଏଜେଣ୍ଟ ପାଖକୁ ଅଭିଜିତ ପଠାଇଛି ଟଙ୍କା? 
  • ଦେଶଦ୍ରୋହ କାର୍ଯ୍ୟ ପାଇଁ କେତେ ଟଙ୍କାରେ ମୁଣ୍ଡ ବିକିଥିଲେ ଏଜେଣ୍ଟ? 
  • ଭାରତରେ କେତେ ପାକିସ୍ତାନୀ ଏଜେଣ୍ଟ ସକ୍ରିୟ ଅଛନ୍ତି? 

ଏଭଳି ଅସମାହିତ ପ୍ରଶ୍ନର ଉତ୍ତର ଖୋଜୁଛି ଏଟିଏସ । ଖୁବଶୀଘ୍ର ଏନଆଇଏ ଓ ଆଇବି ଆସି ତଦନ୍ତରେ ସହଯୋଗ କରିବେ ବୋଲି ସୂଚନା ମିଳିଛି ।