କନକ ବ୍ୟୁରୋ: ମଣିଷ ଯେବେ ହିଂସ୍ରର ବସବତି ହୁଏ ସେତେବେଳେ ତା’ ଚାରିପଖରେ ଗୁଜବ ବି ଘଟିଲେ ତାକୁ ସହଜରେ ଗ୍ରହଣ କରିପାନ୍ତିନି ସାଧାରଣ ଜନତା । ତେବେ ଏଭଳି ଏକ ଅଭାବନୀୟ ଘଟଣା କୋଲକାତାର ମଲ୍ଲାରପୁଠାରେ ଘଟିଥିବା ଦେଖିବାକୁ ମିଳିିଛି । ଏନଆରସି’ ତଥ୍ୟ ସଂଗ୍ରହ କରୁଥିବା ଗୁଜବ ଶୁଣି ଗତକାଲି ଉତ୍ତ୍ୟକ୍ତ ଲୋକେ ଜଣେ ୨୦ ବର୍ଷୀୟ ଯୁବତୀଙ୍କ ଘର ପୋଡ଼ି ପକାଇଛନ୍ତି।
ସୂଚନା ମୁତାବକ, ଚୁକ୍ତିଭିତ୍ତିରେ ଖାତୁନ ଗୋଟାଏ ଏନଜିଓ ନିମନ୍ତେ କାମ କରୁଥିଲେ। ଗୋଟାଏ ଅନଲାଇନ୍ ଫାର୍ମ ସହ ଭାଗିଦାର ହୋଇ ଏହି ଏନଜିଓ ଗ୍ରାମାଞ୍ଚଳର ମହିଳାମାନଙ୍କୁ ସ୍ମାର୍ଟଫୋନର ଫଳପ୍ରଦ ବ୍ୟବହାର ସମ୍ବନ୍ଧରେ ତାଲିମ ଦେଉଥିଲା। ତାଲିମର ଅଂଶସ୍ୱରୂପ ଖାତୁନ କିଛି ସାଧାରଣ ତଥ୍ୟ ସଂଗ୍ରହ କରୁଥିଲେ । କିନ୍ତୁ ଏହାକୁ ଗୁଜବ ଭାବି ଖାତୁନଙ୍କ ଘର ପୋଡ଼ି ଦେଇଛନ୍ତି ଉତ୍ୟକ୍ତ ଲୋକେ ।
ସେପଟେ ଘରପୋଡ଼ା ଯିବା ପରେ ଚୁମ୍କି ଖାତୁନ ନାମକ ସେ ଯୁବତୀ ଏବଂ ତାଙ୍କ ପରିବାର ଏବେ ପୁଲିସ ସୁରକ୍ଷାରେ ଅଛନ୍ତି । କିନ୍ତୁ, ‘ଏନଆରସି’ ସହ ଏ ଘଟଣାର ସମ୍ପୃକ୍ତି ଥିବା କଥା ପୁଲିସ ଅସ୍ୱୀକାର କରିଛି । ରାମପୁରହାଟର ସବ୍-ଡିଭିଜନାଲ୍ ପୁଲିସ ଅଫିସର୍ ସୌମାଜିତ ବରୁଆ କହନ୍ତି: ଏଥିରେ ‘ଏନ୍ଆର୍ସି’ ସହ କୌଣସି ସମ୍ପୃକ୍ତି ପାଇଲୁ ନାହିଁ। ଛୋଟକାଟିଆ ଗ୍ରାମ୍ୟ ବିବାଦ ଯୋଗୁଁ ଘଟଣାଟି ଘଟିଛି। ଆମେ ତଦନ୍ତ ଆରମ୍ଭ କରିଛୁ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2018/06/stop-fire-spreading-fire-safety.jpg)