ଆରୟନ ଖାନ ଡ୍ରଗ୍ସ ମାମଲା : ଏନସିବି ଅଫିସରେ ହାଜର ହେଲେ ଅନନ୍ୟା ପାଣ୍ଡେ, ସମୀର ୱାଖେଁଡ କରିବେ ଜେରା

125

କନକ ବ୍ୟୁରୋ : ମୁମ୍ବାଇ କ୍ରୁଜ ସିପ୍ ଡ୍ରଗ୍ସ ମାମଲା ଗୁରୁବାର ଦିନ ନୂଆ ମୋଡ ନେଇଛି । ଏହି ମାମଲାରେ ଏବେ ଏନସିବି ଆକ୍ସନ ମୋଡକୁ ଆସିଛି । ଆରୟନଙ୍କ ହ୍ୱାଟସପ୍ ଚାଟରୁ କିଟି ସୁରାଗ ପାଇ ଏନସିବିର ଏକ ଟିମ ଅଭିନେତ୍ରୀ ଅନନ୍ୟା ପାଣ୍ଡେ (ଚୁମକୀ ପାଣ୍ଡେଙ୍କ ଝିଅ) ଙ୍କ ଘରେ ରେଡ କରିବା ସହ ଏନସିବି ଦପ୍ତରରେ ହାଜର ହେବାକୁ ଅନନ୍ୟାଙ୍କୁ ନୋଟିସ କରିଥିଲା । ଏହି ନୋଟିସ ପାଇବା ପରେ ଅନନ୍ୟା ତାଙ୍କ ପିତାଙ୍କ ସହ ଏନସିବି ଅଫିସରେ ପହଂଚିଛନ୍ତି ।

ଅନ୍ୟପଟେ ଏନସିବିର ଜୋନାଲ ଡାଇରେକ୍ଟର ସମୀର ୱାଖଁଡେ ଅନନ୍ୟାଙ୍କୁ ଜେରା କରିବେ ବୋଲି ଜଣାପଡିଛି । ତାଙ୍କସହ ଯାଂଚ ଅଧିକାରୀ ବି.ବି ସିଂ ବି ରହିବେ । ଅନନ୍ୟା ଜଣେ ମହିଳା ହୋଇଥିବାରୁ ଏହି ଜେରା ବେଳେ ଜଣେ ମହିଳା ଅଫିସର ବି ଉପସ୍ଥିତ ରହିବେ ।

କହିରଖୁ କି ମୁମ୍ବାଇ କ୍ରୁଜ ସିପ ଡ୍ରଗ୍ସ ମାମଲାରେ ଅକ୍ଟୋବର ୩ ତାରିଖରୁ ଗିରଫ ହୋଇ ଜେଲରେ ରହିଛନ୍ତି ଶାହାରୁଖଙ୍କ ପୁଅ ଆରୟନ । ଏହି ମାମଲାରେ ଯାଂଚ ଏନସିବି କରୁଥିବା ବେଳେ ଆରୟନଙ୍କ ମୋବାଇଲରୁ କିଛି ହ୍ୱାଟସପ୍ ଚାଟ ଏନସିବି ହାତରେ ଲାଗିଥିଲା । ଏହି ଚାଟରେ ଅନନ୍ୟା ପାଣ୍ଡେ ସାମିଲ ଅଛନ୍ତି ଓ ଅନନ୍ୟାଙ୍କ ସହ ଡ୍ରଗ୍ସ ବାବଦରେ ଆରୟନ କିଛି ଚାଟ୍ କରିଥିବା କୁହାଯାଉଛି ।