ରଥ ଉପରେ ନୀତିକାନ୍ତି ପରେ ଆଡ଼ପମଣ୍ଡପକୁ ବିଜେ କରିବେ ଚତୁର୍ଦ୍ଧାମୂରତି: ଗୋଟିପହଣ୍ଡିରେ ଜନ୍ମବେଦୀକୁ ଯିବେ ତିନି ଠାକୁର

Advertisment
ରଥ ଉପରେ ନୀତିକାନ୍ତି ପରେ ଆଡ଼ପମଣ୍ଡପକୁ ବିଜେ କରିବେ ଚତୁର୍ଦ୍ଧାମୂରତି: ଗୋଟିପହଣ୍ଡିରେ ଜନ୍ମବେଦୀକୁ ଯିବେ ତିନି ଠାକୁର

କନକ ବ୍ୟୁରୋ: ଆଉ କିଛି ସମୟ ପରେ ଆରମ୍ଭ ହେବ ଶ୍ରୀଜିଉଙ୍କ ପହଣ୍ଡି। ପହଣ୍ଡିରେ ଯାଇ ଆଡ଼ପମଣ୍ଡପକୁ ବିଜେ କରିବେ ତିନି ଠାକୁର। ନନ୍ଦିଘୋଷ, ତାଳଧ୍ୱଜ ଓ ଦର୍ପଦଳନରେ ଜନ୍ମବେଦୀ ନିକଟରେ ପହଞ୍ଚିଛନ୍ତି ତିନି ଠାକୁର। ରଥ ଉପରେ ନୀତିକାନ୍ତି ପରେ ଆଡ଼ପମଣ୍ଡପକୁ ବିଜେ କରିବେ ଚତୁର୍ଦ୍ଧାମୂରତି। ଗୋଟି ପହଣ୍ଡିରେ ଚତୁର୍ଦ୍ଧାବିଗ୍ରହ ବିଜେ କରିବେ। ଆସନ୍ତାକାଲି ଶ୍ରୀଗୁଣ୍ଡିଚା ମନ୍ଦିରରେ ହେବ ଆଡ଼ପ ଦର୍ଶନ, ଆଉ ବାହାରିବ ଆଡ଼ପ ଅବଢ଼ା। କାଲିଠୁ ଭକ୍ତ ପାଇବେ ଆଡପ ଅବଢା। ଶରଧାବାଲିରେ ରଥାରୁଢ଼ ଠାକୁରଙ୍କୁ ଦେଖି ଭକ୍ତିଭାବରେ ଗଦ୍ଗଦ୍ ହୋଇ ଉଠୁଛନ୍ତି ଶ୍ରଦ୍ଧାଳୁ। ଠାକୁରଙ୍କ ଦର୍ଶନ କରିବା ପାଇଁ ରାତି ତମାମ ଭିଡ ଲାଗି ରହିଥିବା ବେଳେ ଭୋରରୁ ଭକ୍ତଙ୍କ ଗହଳି ବଢିବାରେ ଲାଗିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe