କନକ ବ୍ୟୁରୋ: ହିନ୍ଦୋଳ, କାମାକ୍ଷନଗର ପରେ ଏବେ ପରଜଙ୍ଗରେ ପ୍ରଚାର କରିଛନ୍ତି ଭିକେ ପାଣ୍ଡିଆନ୍ । ବିଜେଡି ପ୍ରାର୍ଥିଙ୍କ ପାଇଁ ପ୍ରଚାର କରିଛନ୍ତି ପାଣ୍ଡିଆନ୍ । ତେବେ ଏହି ପ୍ରଚାର ଭିତରେ ସେ ଏକ ବଡ ଘୋଷଣା ବି କରିଛନ୍ତି । ପାଣ୍ଡିଆନ କହିଛନ୍ତି, କ୍ଷମତାକୁ ଆସିବାର ପ୍ରଥମ ଦିନରେ ନବୀନ ପଟ୍ଟନାୟକ ତାଙ୍କର ପ୍ରଥମ ଦସ୍ତଖତ ବିଜୁଳି ବିଲ୍ ଛାଡ କରିବା ପାଇଁ କରିବେ ।

Advertisment

ପାଣ୍ଡିଆନ୍ କହିଥିଲେ କି, ଆପଣମାନେ ଆଶୀର୍ବାଦ କଲେ ଆମ ମୁଖ୍ୟମନ୍ତ୍ରୀ ପୁଣି ଦାୟିତ୍ୱ ଗ୍ରହଣ କରିବେ ଆପଣଙ୍କ ସେବା କରିବେ । ଜୁନ ୯ ତାରିଖରେ ଶପଥଗ୍ରହଣ କଲା ପରେ ପ୍ରଥମ ଦସ୍ତଖତ କରିବେ ଆପଣମାନଙ୍କର ବିଜୁଳି ବିଲକୁ ଛାଡ କରିବେ । ଆଉ ବିଜୁଳି ବିଲ ଆସିବ ନାହିଁ, ବିଜୁଳି ମାଗଣାରେ ଦେବେ ନବୀନ ପଟ୍ଟନାୟକ । ଓଡିଶାର ୯୦ ପ୍ରତିଶତ ଲୋକ ମାଗଣାରେ ବିଜୁଳି ଦେବେ । ବିଜେପି ଭଳିଆ ନୁହେଁ ଦିନରେ ଲଣ୍ଠନ ଦେଖାଇଲା ଭଳିଆ ବିଜୁଳି ।

ପାଣ୍ଡିଆନ୍ କେନ୍ଦ୍ରମନ୍ତ୍ରୀଙ୍କୁ ଟାର୍ଗେଟ କରି କହିଛନ୍ତି କି, ଆପଣମାନେ ମନେ ରଖନ୍ତୁ କେନ୍ଦ୍ରମନ୍ତ୍ରୀ ଯଦି କ୍ଷମତିକୁ ଆସନ୍ତି ତେବେ ପ୍ରଥମ ଦିନରେ ମିଶନଶକ୍ତିକୁ ବନ୍ଦ କରିବେ । ଆପଣମାନଙ୍କୁ ପୁଣି ଥରେ ରୋଷେଇ ଘରେ ବନ୍ଦ କରି ରଖିବା ପାଇଁ ସେମାନେ ମିଶନ ଶକ୍ତିକୁ ବନ୍ଦ କରିବେ । ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନାକୁ ବନ୍ଦ କରି ଆପଣମାନଙ୍କୁ ହଇରାଣରେ ପକାଇବେ । କାଳିଆ ଯୋଜନା ଆମେ କଲୁ ସେମାନେ ପିଏମ କିଷାନ ଯୋଜନା କଲେ, ମମତା ଯୋଜନା ଆମେ କଲୁ ସେମାନେ ମାତୃ ଯୋଜନା କଲେ । ମୁଖ୍ୟମନ୍ତ୍ରୀଙ୍କ ସମସ୍ତ ଯୋଜନାକୁ କେନ୍ଦ୍ର ଅନୁସରଣ କରୁଛି । କେନ୍ଦ୍ରମନ୍ତ୍ରୀଙ୍କୁ ମୋର ଗୋଟିଏ ପ୍ରଶ୍ନ ଯଦି ମୁଖ୍ୟମନ୍ତ୍ରୀଙ୍କଠାରୁ ଏତେ କଥା ଶିଖୁଛନ୍ତି ତାହାଲେ ତାଙ୍କୁ ଏବେ ଅସଭ୍ୟ ଭାଷାରେ କାହିଁକି ଗାଳି କରୁଛନ୍ତି ।