କନକ ବ୍ୟୁରୋ: ପ୍ରୟାଗରାଜରେ ମାଫିଆ ଡନ୍ ଅତିକ ଅହମ୍ମଦ ଏବଂ ତାର ଭାଇକୁ କ୍ୟାମେରା ସାମ୍ନାରେ ହତ୍ୟା କରାଯାଇଛି । ଏହି ଘଟଣା ପରେ କେନ୍ଦ୍ର ଗୃହମନ୍ତ୍ରାଳୟ ସାମ୍ବାଦିକଙ୍କ ପାଇଁ ବଡ ନିଷ୍ପତ୍ତି ନେଇଛି । ମନ୍ତ୍ରାଳୟ ପକ୍ଷରୁ କୁହାଯାଇଛି ଯେ ଦେଶରେ ସାମ୍ବାଦିକଙ୍କ ପାଇଁ ଏସଓପି ତିଆରି କରାଯିବ । ଏହା ସେମାନଙ୍କ ସୁରକ୍ଷାକୁ ଧ୍ୟାନରେ ରଖି ପ୍ରସ୍ତୁତ କରାଯିବ ।

Advertisment

ଉଭୟ ଗ୍ୟାଙ୍ଗଷ୍ଟରଙ୍କ ହତ୍ୟା ପରେ ସରକାର କେନ୍ଦ୍ର ସରକାର ସାମ୍ବାଦିକଙ୍କ ସୁରକ୍ଷା ପାଇଁ ଏହି ବଡ ପଦକ୍ଷେପ ଗ୍ରହଣ କରିବାକୁ ଯାଉଛନ୍ତି । ଏହି ହତ୍ୟାକାଣ୍ଡରେ ସାମିଲ ଥିବା ତିନିଜଣ ସହଯୋଗୀ ସାମ୍ବାଦିକ ବେଶରେ ଆସିଥିଲେ । ଯେତେବେଳେ ଆକ୍ରମଣ ହୋଇଥିଲା ସେହି ସମୟରେ ସାମ୍ବାଦିକମାନେ ଅତିକ ଏବଂ ଅସରଫକୁ ପ୍ରଶ୍ନ ପଚାରୁଥିଲେ । ନିକଟରେ ଅତିକକୁ ସାବରମତୀ ଜେଲରୁ ୟୁପି ଅଣାଯାଇଥିଲା । ପୋଲିସ ତାକୁ ନିଜ ହେପାଜତକୁ ନେଇ ଉମେଶ ପାଲ ହତ୍ୟାକାଣ୍ଡ ମାମଲାର ତଦନ୍ତ ଚଳାଇଥିଲା । ତାଙ୍କ ସହ ଭାଇ ଅସରଫ ମଧ୍ୟ ଥିଲା । ଯେଉଁ ସମୟରେ ଉଭୟ ଭାଇଙ୍କ ଉପରେ ଗୁଳି ଚଳାଯାଇଥିଲା ସେତେବେଳେ ସେମାନଙ୍କ ହାତରେ ହାତକଡି ଲାଗିଥିଲା ।