ଭୁବନେଶ୍ୱରରେ ହତ୍ୟା କରି ଗଂଜାମରେ ଫିଙ୍ଗିଲେ । ଭରତପୁରରେ ମାରିବା ପରେ ଜଗନ୍ନାଥ ପ୍ରସାଦ ପୁରରେ ଯୁବତୀଙ୍କୁ ଫିଙ୍ଗିଦେଲେ ଦଂପତି 

711

କନକ ବ୍ୟୁରୋ : ଭୁବନେଶ୍ୱରରେ ହତ୍ୟା କରି ଗଂଜାମରେ ଫିଙ୍ଗିଲେ ।  ଭୁବନେଶ୍ୱରରେ ହତ୍ୟା କରି ଗଂଜାମ ଜଗନ୍ନାଥପ୍ରସାଦ ପୁରରେ ଯୁବତୀଙ୍କୁ ଫିଙ୍ଗିଛନ୍ତି  ଦଂପତି । ଗଂଜାମ ପୁଲିସ  ଭୁବନେଶ୍ୱର ପୁଲିସ ସହାୟତାରେ ଏହି ଦଂପତିଙ୍କ ଗିରଫ କରିଛନ୍ତି । ଏକ ଓଲା କାର ଭଡା କରି  ଯୁବତୀଙ୍କୁ ଜଗନ୍ନାଥପ୍ରସାଦରେ ଫିଙ୍ଗିଛନ୍ତି । ହତ୍ୟା ଅଭିଯୋଗରେ ଦଂପତିଙ୍କୁ ଗିରଫ କରାଯାଇଥିବା ବେଳେ ବ୍ୟବହୃତ କାର ଜବତ ହୋଇଛି ।

ଡିସେମ୍ବର ୨ରେ ଭରତପୁରରେ ହତ୍ୟା କରାଯିବା ପରେ ଜଗନ୍ନାଥପ୍ରସାଦ ଭୂଷଣ୍ଡପାଳ ଗାଁରେ ମିଳିଥିଲା ଯୁବତୀର ମୃତଦେହ । ରାସ୍ତା କଡ଼ରୁ ଅଚିହ୍ନା ଯୁବତୀଙ୍କ ମୃତଦେହ ଉଦ୍ଧାର କରିଥିଲା ପୁଲିସ । ଶବ ନିକଟରୁ ଏକ ମୋବାଇଲ ନମ୍ବର ମିଳିଥିଲା । ତନାଘନା କରିବାରୁ ଯୁବତୀଙ୍କ ଘର ବାଲେଶ୍ୱରରେ ବୋଲି ଜଣାପଡିଥିଲା । ଭୁବନେଶ୍ୱରରେ ଜଣକ ଘରେ ଯୁବତୀ ଜଣକ ଘରୋଇ ସହାୟିକା ଭାବେ କାମ କରୁଥିଲେ ।