କନକ ବ୍ୟୁରୋ : ସ୍ତ୍ରୀକୁ ମାରି ଶବ ସହ ରହିଲେ ହତ୍ୟାକାରୀ ସ୍ୱାମୀ । ସ୍ତ୍ରୀକୁ ପିଟିିପିଟି ହତ୍ୟା କରିବା ପରେ ଶବ ସହ ୩ ଦିନ କାଳ ଗୋଟିଏ ଘରେ ରହିଥିଲେ ସ୍ୱାମୀ । ତେବେ ଘରୁ ଦୁର୍ଗନ୍ଧ ବାହାରିବାରୁ ପୁଲିସକୁ ଖବର ଦେଇଥିଲେ ସ୍ଥାନୀୟ ଲୋକ । ଭୁବନେଶ୍ୱରରେ ଏଭଳି ଏକ ବିଭତ୍ସ ହତ୍ୟାକାଣ୍ଡ ଘଟିଯାଇଛି । ମୈତ୍ରୀବିହାର ଥାନା ତାରିଣୀନଗର ଅଂଚଳରେ ପୁଲିସ ପହଂଚି ଅଭିଯୁକ୍ତ ସ୍ୱାମୀଙ୍କୁ ଅଟକ ରଖିବା ସହ ମୃତଦେହ ଜବତ କରିଛି । ସାଇଂଟିଫିକ୍ ଟିମ୍ ଛାନଭିନ୍ ଆରମ୍ଭ କରିଛି ।
ଭୁବନେଶ୍ୱର ମୈତ୍ରୀବିହାର ଥାନା ଅଂଚଳରେ ଜଘନ୍ୟ ହତ୍ୟାକାଣ୍ଡ । ସ୍ତ୍ରୀକୁ ପିଟି ପିଟି ମାରିବା ପରେ ଶବ ସହ ୩ ଦିନ ରହିଥିଲେ ସ୍ୱାମୀ
/kanak/media/post_attachments/wp-content/uploads/2024/03/17-14.jpg)