କନକ ବ୍ୟୁରୋ: ଗୋଳିଆ କରୁଛି ୧୫ ବର୍ଷର ଗାଡ଼ି! ଏବେ ବି ପନ୍ଦର ବର୍ଷର ଗାଡି ରାସ୍ତାରେ ଗଡ଼ିବା ନଗଡ଼ିବା ନେଇ ଲାଗି ରହିଛି ଦ୍ୱନ୍ଦ । କାରଣ ରାଜ୍ୟ ପରିବହନ କର୍ତ୍ତୃପକ୍ଷ କିଛି ଦିନ ତଳେ ଟ୍ୱିଟ୍ କରି ଜଣାଇଥିଲେ ଯେ, ରାସ୍ତାରେ ଗଡ଼ିବ ପନ୍ଦର ବର୍ଷ କିମ୍ବା ୧୫ ବର୍ଷରୁ ଅଧିକ ଗାଡ଼ି । ହେଲେ ଆଜି ବିଧାନସଭାରେ ବିଧାୟକ ରମେଶ ଚନ୍ଦ୍ର ସାଏ ଏହି ପ୍ରସଙ୍ଗ ଉଠିବା ପରେ ଯେଉଁ ଉତ୍ତର ରଖିଛନ୍ତି ମନ୍ତ୍ରୀ ତାହା ପୁଣି ଗାଡ଼ି ମାଲିକଙ୍କ ପାଇଁ ଦ୍ୱନ୍ଦ ବଢ଼ିଯାଇଛି ।
At present there is no policy to scrap more than 15 year old vehicles. The owners of fifteen year old Non Transport vehicles can renew the RC at RTO office.
The validity of registration of transport vehicle is valid as long as its fitness certificate is valid. pic.twitter.com/rgKc3HUG6x— STA Odisha (@STAOdisha) November 26, 2019
ପରିବହନ ମନ୍ତ୍ରୀ ପଦ୍ମନାଭ ବେହେରା ପ୍ରଶ୍ନର ଉତ୍ତରରେ କହିଛନ୍ତି, ରାଜ୍ୟରେ ପନ୍ଦର ବର୍ଷରୁ ଅଧିକ ସମୟ ଗାଡି ନିଷିଦ୍ଧ କରିବା ରାଜ୍ୟ ସରକାରଙ୍କ କ୍ଷମତା ପରିସର ଭୁକ୍ତ ନୂହେଁ । ଏସମ୍ପର୍କରେ ରାଜ୍ୟ ସରକାର କୌଣସି ନିୟମ ପ୍ରଣିତ କରିନାହାନ୍ତି । ଏହାକୁ ନିଷିଦ୍ଧ କରିବା ନକରିବା କେବଳ କେନ୍ଦ୍ର ସରକାରଙ୍କ କ୍ଷମତା ପରିସର ବୋଲି ପରିବହନ ମନ୍ତ୍ରୀ ସ୍ପଷ୍ଟ କରିଛନ୍ତି ।
ଅନ୍ୟପଟେ ଗତ କିଛି ଦିନ ତଳେ ରାଜ୍ୟ ପରିବହନ କର୍ତ୍ତୁପକ୍ଷ କରିଥିବା ଟ୍ୱିଟ୍ କୁ ନେଇ ଏବେ ବି ଦ୍ୱନ୍ଦ ରହିଛି । ପନ୍ଦର ବର୍ଷ କିମ୍ବା ତା’ଠୁ ଅଧିକ ବର୍ଷର ଗାଡ଼ି ରାସ୍ତାରେ ଗଡ଼ିବ ବୋଲି ସୂଚନା ଦେଇଥିଲେ । ଏବଂ କହିଥିଲେ, ରାସ୍ତାରେ ୧୫ ବର୍ଷରୁ ଅଧିକ ପୁରୁଣା ଗାଡି ଚଳାଇବାକୁ ହେଲେ ଆରଟିଓରୁ ଗାଡିର ରେଜିଷ୍ଟ୍ରେସନ ରିନ୍ୟୁ କରିବାକୁ ପଡିବ । ଏହାଛଡା ଗାଡିର ଫିଟନେସ ସାର୍ଟିଫିକେଟ ବୈଧ ଥିବା ଯାଏଁ ଗାଡିର ରେଜିଷ୍ଟ୍ରେସନ ବୈଧ ରହିବ । ଫିଟନେସ ସାର୍ଟିଫିକେଟକୁ ମଧ୍ୟ ପୁଣିଥରେ ପଞ୍ଜୀକରଣ କରିବାକୁ ପଡ଼ିବ ବୋଲି କହିଥିଲେ ରାଜ୍ୟ ପରିବହନ କର୍ତ୍ତୁପକ୍ଷ । ହେଲେ ବର୍ତ୍ତମାନ ମନ୍ତ୍ରୀଙ୍କ ବୟାନ ପରେ ଏବେ ଗାଡ଼ି ଚାଳକ ଚିନ୍ତାରେ । ପ୍ରକୃତରେ ୧୫ ବର୍ଷିର୍ୟା ଗାଡ଼ିର ଭାଗ୍ୟ କ’ଣ?