ମାସ୍କ ଓ ପିପିଇ ପରେ କଂଗ୍ରେସ ଆଣିଲା ନୂଆ ଦୁର୍ନୀତି ଅଭିଯୋଗ । କହିଲେ, ନିବୁଲାଇଜର ପାଇଁ ଗୋଟିଏ କମ୍ପାନୀ ଦୁଇ ଦୁଇ ଥର ଦେଇଥିଲା କୋଟେସନ, ସେହି କମ୍ପାନୀ ଠାରୁ କିଣାଗଲା ନିବୁଲାଇଜର ।

135

କନକ ବ୍ୟୁରୋ: ମାସ୍କ ଓ ପିପିଇ କିଟ ପରେ ଏବେ ନିବୁଲାଇଜର କିଣାରେ ଦୁର୍ନୀତି ଅଭିଯୋଗ ଆଣିଛି କଂଗ୍ରେସ । କଂଗ୍ରେସ ମୁଖପାତ୍ର ସୁଦର୍ଶନ ଦାସ କହିଛନ୍ତି ନିବୁଲାଇଜର କିଣିବା ସମୟରେ ଗୋଟିଏ କମ୍ପାନୀ ୨ଥର କୋଟେସନ ଦେଇଥିଲା । ୨୧ ତାରିଖରେ ଦେଇଥିବା ପ୍ରଥମ କୋଟେସନରେ ଏହାର ଦାମ ୩୧ଶହ ଟଙ୍କା ଥିବା ବେଳେ ୨୩ ତାରିଖରେ ଦେଇଥିବା କୋଟେସନରେ ଏହାର ଦାମ ଥିଲା ୫ହଜାର ୯୦୦ଟଙ୍କା । ଦ୍ୱିତୀୟ କୋଟେସନ ଆଧାରରେ ରାଜ୍ୟ ସରକାର ୫୦୦ ଟି ନିମୁଲାଇଜର କିଣିଥିବା ଅଭିଯୋଗ ଆଣିଛି କଂଗ୍ରେସ ।

ତେବେ ପୂର୍ବରୁ ଗତ କିଛି ଦିନ ହେବ ମାସ୍କ କିଣାରେ ଦୁର୍ନୀତି ହୋଇଥିବା ନେଇ ସରକାରଙ୍କୁ ସିଧା ନିଶାନା କରିଚାଲିଛି କଂଗ୍ରେସ । ଏପରିକି ଗୋଟିଏ ପରେ ଗୋଟିଏ ଦୁର୍ନୀତିର ଚିଠା ଖୋଲି ସରକାର ଏନେଇ ସ୍ପଷ୍ଟୀକରଣ ଦିଅନ୍ତୁ ବୋଲି ବାରମ୍ବାର ସାମ୍ବାଦିକ ସମ୍ମିଳନୀରେ ଚ୍ୟାଲେଞ୍ଜ କରିଥିଲା କଂଗ୍ରେସ । ସ୍ୱାସ୍ଥ୍ୟମନ୍ତ୍ରୀଙ୍କ ସ୍ପଷ୍ଟୀକରଣ ପରେ ବି କଂଗ୍ରେସ ଦୁର୍ନୀତିର ବଡ଼ ଚେର ଲମ୍ବିଛି ବୋଲି ଅଭିଯୋଗ ଆଣି ଗୋଟିଏ ପରେ ଗୋଟିଏ ଅଭିଯୋଗର ଫର୍ଦ୍ଦ ଖୋଲୁଛି ।