୬ମାସ ପରେ ଭାରତ ଫେରିଲେ ଅଂଜୁ । ଅଟାରୀ-ୱାଘା ବର୍ଡର ଦେଇ ଦିଲ୍ଲୀରେ ପହଁଚିଲେ ଅଂଜୁ

980

କନକ ବ୍ୟୁରୋ : ସ୍ୱଦେଶ ଫେରିଲେ ପାକିସ୍ଥାନୀ ପ୍ରେମିକ ନସରୁଲ୍ଲାଙ୍କ ପାଇଁ ଦେଶ ଛାଡିଥିବା ଭାରତୀୟ ମହିଳା ଅଞ୍ଜୁ । ସେ ସବୁଦିନ ପାଇଁ ଭାରତ ଫେରି ଆସିଛନ୍ତି କି ଆଉ ଥରେ ନିଜ ପ୍ରେମିକ ପାଖକୁ ପାକିସ୍ଥାନ ଫେରିଯିବେ ଏହା ସ୍ପଷ୍ଟ ହୋଇନାହିଁ । ଅଞ୍ଜୁ ଭାରତ ଫେରିବା ସମୟର ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି । ଅଞ୍ଜୁ ପାକିସ୍ଥାନ ଯାଇ ନିଜ ପ୍ରେମିକ ନସରୁଲ୍ଲାଙ୍କୁ ବିବାହ କରିବା ସହିତ ନିଜ ନାମକୁ ବଦଳାଇ ଫାତିବା କରିଥିଲେ । କିଛି ଦିନ ପୂର୍ବରୁ ଅଞ୍ଜୁଙ୍କ ପ୍ରେମିକ ନସରୁଲ୍ଲା ଭିଡିଓ ମାଧ୍ୟମରେ ଅଞ୍ଜୁଙ୍କୁ ଛାଡିବାକୁ ୱାଘା ସୀମାକୁ ଆସିବେ ବୋଲି ସୂଚନା ଦେଇଥିଲେ । ଅଞ୍ଜୁ ନିଜ ପିଲାମାନଙ୍କୁ ଦେଖା କରିବାକୁ ଭାରତ ଆସିଥିବା କଥା କହିଥିଲେ ନସରୁଲ୍ଲା ।