ବିବାହ ପରେ ପ୍ରିୟଙ୍କା ଚୋପଡା ଭାରତରେ ଲଂଚ କଲେ ଏହି ଡେଟିଙ୍ଗ ଆପ୍ , ମହିଳା ରହିବେ ସୁରକ୍ଷିତ ?

Advertisment
ବିବାହ ପରେ ପ୍ରିୟଙ୍କା ଚୋପଡା ଭାରତରେ ଲଂଚ କଲେ ଏହି ଡେଟିଙ୍ଗ ଆପ୍ , ମହିଳା ରହିବେ ସୁରକ୍ଷିତ ?

source : News18

ଅଭିନୟ ଏବଂ ଫିଲ୍ମ ନିର୍ମାଣରୁ ବାହାରି ଏବେ ପ୍ରିୟଙ୍କା ଚୋପଡା ବ୍ୟବସାୟରେ ହାତ ଲଗାଇବାକୁ ପ୍ରସ୍ତୁତ ଅଛନ୍ତି । ଏବଂ ଏଥିପାଇଁ ସେ ଦୁଇଟି ଟେକ୍ ଷ୍ଟାଟଅପ୍ କମ୍ପାନୀରେ ନିବେଶ କରିଛନ୍ତି । ନିକଟରେ ବଲିଉଡର ସୁନ୍ଦରୀ ଅଭିନେତ୍ରୀ ପ୍ରିୟଙ୍କା ଚୋପଡା ଦିଲ୍ଲୀରେ ହୋଇଥିବା ଏକ ଇଭେଣ୍ଟରେ ନିଜ ପତି ନିକ ଜୋନାସଙ୍କ ସହ ଏହାର ଶୁଭାରମ୍ଭ ପାଇଁ ପହଂଚିଥିଲେ ।

publive-image

ସୂଚନାଯୋଗ୍ୟ, ଦିଲ୍ଲୀରେ ହୋଇଥିବା ଏକ କାର୍ଯ୍ୟକ୍ରମରେ ପ୍ରିୟଙ୍କା ସୋଶିଆଲ ଏବଂ ଡେଟିଙ୍ଗ ଆପ୍ ‘ବମ୍ବଲ’କୁ ଲଂଚ କରିଛନ୍ତି । ଯେଉଁଠି ଏହି ଡେଟିଙ୍ଗ ଆପର ମୂଳ ଉଦ୍ଦେଶ୍ୟ ମହିଳାଙ୍କୁ ସଚେତନ କରିବା । ବମ୍ବଲ ଆପର ସଂସ୍କରଣରେ ଏକ ବିଶେଷ କଥା ଏହା ଯେ, ଏହି ଆପରେ ମହିଳାଙ୍କ ପାଖରେ ଏହି ଅଧିକାର ଅଛି ଯେ, ସେମାନେ କଥାବାର୍ତ୍ତାର ଆରମ୍ଭ କରିବେ । ଭାରତରେ ଏହା ଲଂଚ ହେବାର ଉଦ୍ଦେଶ୍ୟ ମହିଳାଙ୍କୁ ଡେଟିଙ୍ଗ ଆପର ବ୍ୟବହାରକୁ ନେଇ ସୁରକ୍ଷିତ ଅନୁଭବ କରାଇବା । ରିପୋର୍ଟ ମୁତାବକ, ସୋଶିଆଲ ଏବଂ ଡେଟିଙ୍ଗ ଆପ୍ ରେ ଅଭିନେତ୍ରୀ ପ୍ରିୟଙ୍କା ଚୋପଡା ନିକଟରେ ହିଁ ନିବେଶ କରିଥିଲେ । ଯାହା ଅଧିନରେ ସେ ସମାଜରେ ପରବର୍ତ୍ତନ ଆଣିବା ଏବଂ ମହିଳାଙ୍କ ସଶକ୍ତିକରଣ କରାଇବା କାମ କରିବାକୁ ଭାବିଛନ୍ତି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe