ମମତାଙ୍କ ପରେ ଅଭିଯୋଗ ଆଣିଲେ ନୀତୀଶ ସରକାର: ବିହାରର ୮୮ ଜଣ ନିଖୋଜ ଥିବା କଲେ ଦାବି

176

କନକ ବ୍ୟୁରୋ: ବାହାନଗା ଟ୍ରେନ୍ ଦୁର୍ଘଟଣାରେ ପଶ୍ଚିମବଂଗର ୩୧ଜଣ ନିଖୋଜ ଥିବା ମମତା ବାନାର୍ଜୀ କହିବାର ଦିନକ ପରେ, ବିହାର ସରକାରର ମନ୍ତ୍ରୀ ଶାହନୱାଜ୍ ଆଲମ ସମାନ ଅଭିଯୋଗ ଆଣିଛନ୍ତି । ଟୁଇଟ୍ କରି ଲେଖିଛନ୍ତି, ବିହାରର ୪୩ଜଣଙ୍କର ମୃତ୍ୟୁ ହୋଇଛି । ୪୪ଜଣ ଆହତ ହୋଇଥିବାବେଳେ ୮୮ଜଣ ନିଖୋଜ ଅଛନ୍ତି । ଯାହା ସନ୍ଦେହକୁ ବଢ଼ାଇ ଦେଇଛି ।

ଗୋଟିଏ ପଟେ ନିଖୋଜ ବ୍ୟକ୍ତିଙ୍କ ସନ୍ଧାନ ମିଳୁନଥିବାବେଳେ, ଆଉ ଗୋଟିଏ ପଟେ ତେଜିଛି ରାଜନୈତିକ ବୟାନବାଜି । କଂଗ୍ରେସ ବିଧାୟକ ଅଧିରାଜ ପାଣିଗ୍ରାହୀ ସରକାରଙ୍କ ତଥ୍ୟକୁ ନେଇ ପ୍ରଶ୍ନ ଉଠାଇଛନ୍ତି । ଏପରିକି ବିଜେପି ବିଧାୟକ କଂଗ୍ରେସର ଅଭିଯୋଗକୁ ନେଇ ସ୍ପଷ୍ଟ ଉତ୍ତର ଦେଇପାରି ନାହାନ୍ତି । କିନ୍ତୁ ବିଜେଡି ବିଧାୟକ ଅମର ଶତପଥୀ, ଅଭିଯୋଗକୁ ଖଣ୍ଡନ କରିଛନ୍ତି ।

କେବଳ ନିଖୋଜ ବ୍ୟକ୍ତିକୁ ନେଇ ନୁହେଁ, ମୃତ୍ୟୁ ସଂଖ୍ୟାକୁ ନେଇ ମଧ୍ୟ ଦ୍ୱନ୍ଦ୍ୱ ଲାଗି ରହିଛି । ରାଜ୍ୟ ସରକାର ଓ ରେଳବାଇ ପକ୍ଷରୁ ଦିଆଯାଇଥିବା ମୃତ୍ୟୁ ସଂଖ୍ୟାକୁ ନେଇ ସନ୍ଦେହ ଲାଗି ରହିଛି ।