କନକ ବ୍ୟୁରୋ: ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ପରେ ଏବେ ପୁଣି ବିହାର ମୁଖ୍ୟମନ୍ତ୍ରୀ ଦୋହରାଇଲେ ସେହି ସମାନ କଥା । ଆଗୁଆ ନିର୍ବାଚନ କରିପାରନ୍ତି କେନ୍ଦ୍ର ସରକାର । ନୀତିଶ କୁମାର କହିଛନ୍ତି ଯେ, ବିଜେପି ସରକାର ୭ରୁ ୮ ମାସ ପୂର୍ବରୁ ଲୋକସଭା ନିର୍ବାଚନ କରିପାରନ୍ତି । ତେବେ ନିର୍ବାଚନ ପୂର୍ବରୁ ଇଣ୍ଡିଆ ମେଣ୍ଟର ସମସ୍ତ ଦଳ ଏକାଠି ରହିବାକୁ ଅପିଲ କରିଛନ୍ତି ନୀତିଶ କୁମାର ।

Advertisment

ନୀତିଶଙ୍କ ପୂର୍ବରୁ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ମଧ୍ୟ ସେହି ସମାନ କଥା କହିଥିଲେ । ମମତା କହିଥିଲେ ଯେ, ବିଜେପି ଉପରେ ଭରସା କରିହେବନି । ଡିସେମ୍ବର କିମ୍ବା ଜାନୁଆରୀରେ ସାଧାରଣ ନିର୍ବାଚନ ହେଇପାରେ । ଏଥିପାଇଁ ବିଜେପି ଏବେଠୁ ଦେଶର ସବୁ ହେଲିକପ୍ଟରକୁ ବୁକ୍ କରିଦେଇଛି । ଯାହା ଫଳରେ ଅନ୍ୟ ନେତାମାନେ ନିର୍ବାଚନ ପ୍ରଚାର କରିପାରିବେ ନାହିଁ ।

ସୂଚନାଯୋଗ୍ୟ ଯେ, ଆଉ ଦୁଇ ଦିନ ପରେ ଇଣ୍ଡିଆ ମେଣ୍ଟର ବୈଠକ ବସିବାକୁ ଯାଉଛି । ଆସନ୍ତା ଅଗଷ୍ଟ ମାସ ୩୧ ତାରିଖ ଏବଂ ସେପ୍ଟେମ୍ବର ୧ ତାରିଖରେ ମୁମ୍ବାଇରେ ଏହି ବୈଠକ ବସିବ । ଏହି ବୈଠକରେ ଇଣ୍ଡିଆ ମେଣ୍ଟ ନିଜର ଆଗାମୀ ରଣନୀତି ତିଆରି କରିବ । ଏହି ବୈଠକକୁ ଏଥିପାଇଁ ଗୁରୁତ୍ୱପୂର୍ଣ୍ଣ କୁହାଯାଉଛି, କାହିଁକି ନା ଏହି ବୈଠକରେ ଇଣ୍ଡିଆ ମେଣ୍ଟ ନିଜର ଲୋଗୋ ମଧ୍ୟ ଉନ୍ମୋଚନ କରିପାରେ । ଆଉ ଏହା ପୂର୍ବରୁ ନୀତିଶଙ୍କ ଏହି ବୟାନ ଏେ ଚର୍ଚ୍ଚା ସୃଷ୍ଟି କରିଛି ।