କନକ ବ୍ୟୁରୋ : ମାଲଦ୍ୱୀପରୁ ଆଜି ଶ୍ରୀଲଙ୍କା ଗସ୍ତ କରିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଇଷ୍ଟର ସନଡେ ହୋଇଥିବା ସିରିଜ ବିସ୍ଫୋରଣ ପରେ ପ୍ରଥମ ବିଦେଶୀ ନେତା ଭାବେ ଶ୍ରୀଲଙ୍କାକୁ ଯିବେ ପ୍ରଧାନମନ୍ତ୍ରୀ । ସକାଳ ୧୧ଟାରେ ମୋଦି ଶ୍ରୀଲଙ୍କା ପହଂଚିବେ ବୋଲି ସୂଚନା ମିଳିଛି । ଗସ୍ତ ଅବସରରେ ଶ୍ରୀଲଙ୍କା ରାଷ୍ଟ୍ରପତି ମୈତ୍ରିପାଲି ସିରିସେନାଙ୍କ ସହ ସାକ୍ଷାତ କରିବେ ମୋଦି । ଏହି ଅବସରରେ ବହୁ ଦ୍ୱିପାକ୍ଷିକ ପ୍ରସଙ୍ଗ ଉପରେ ଚର୍ଚ୍ଚା ହେବାର କାର୍ଯ୍ୟକ୍ରମ ରହିଛି । ଅନ୍ୟପଟେ ଦିଲ୍ଲୀରେ ଥିବା ଶ୍ରୀଲଙ୍କା ହାଇକମିସନ ଅଷ୍ଟିନ ଫର୍ଣ୍ଣାଣ୍ଡୋ କହିଛନ୍ତି, ମୋଦିଙ୍କ ଗସ୍ତ ସୂଚାଉଛି, ଟ୍ରାଭେଲ ପାଇଁ ଶ୍ରୀଲଙ୍କା ସେଫ ଜୋନ୍ । ତେଣୁ ଭାରତର ସରକାର ନିଜ ନାଗରିକଙ୍କୁ ଶ୍ରୀଲଙ୍କାକୁ ନଯିବା ପାଇଁ ଜାରି କରିଥିବା ଟ୍ରାଭେଲ ଆଡଭାଇଜରିକୁ ହଟାଇନେବାକୁ ଶ୍ରୀଲଙ୍କା ହାଇକମିସନ ଅଷ୍ଟିନ ଫର୍ଣ୍ଣାଣ୍ଡୋ ଅପିଲ କରିଛନ୍ତି ।

Advertisment

publive-image i

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ମାଲଦୀପର ସର୍ବୋଚ୍ଚ ସମ୍ମାନ ପ୍ରଦାନ କରାଯାଇଛି ।  ମାଲଦୀପ ରାଷ୍ଟ୍ରପତି ଇବ୍ରାହିମ୍ ମହମ୍ମଦ ସୋଲିହ ଦେଶର ସର୍ବୋଚ୍ଚ ସମ୍ମାନ ନିଶାନ ଇଜୁଦ୍ଦିନ ସମ୍ମାନ ପ୍ରଦାନ କରିଛନ୍ତି ନରେନ୍ଦ୍ର ମୋଦିଙ୍କୁ । ରାଷ୍ଟ୍ରପତିଙ୍କ ଠାରୁ ସମ୍ମାନିତ ହେବା ପରେ ମାଲଦୀପର ସଂସଦକୁ ସମ୍ବୋଧିତ କରିଛନ୍ତି ମୋଦି । ମାଲଦ୍ୱୀପର ସଂସଦକୁ ସମ୍ବୋଧିତ କରି ପ୍ରଧାନମନ୍ତ୍ରୀ ମୋଦି ଆତଙ୍କବାଦ ପ୍ରସଙ୍ଗରେ ପାକିସ୍ତାନକୁ ଘେରିିଛନ୍ତି । କହିଛନ୍ତି ରାଷ୍ଟ୍ର ପ୍ରାୟୋଜିତ ଆତଙ୍କବାଦକୁ ଆଜି ସାରା ବିଶ୍ୱ ସାମ୍ନା କରୁଛି । ଏବେ ବି କିଛି ଲୋକ ଗୁଡ ଟେରୋରିଷ୍ଟ, ବେଡ ଟେରୋରିଷ୍ଟ ମଧ୍ୟରେ ଫରକ ବାରିବାର ଭୁଲ କରୁଥିବା କହିଛନ୍ତି ନରେନ୍ଦ୍ର ମୋଦି । ଗସ୍ତ ଅବସରରେ ଭାରତ-ମାଲଦ୍ୱୀପ ମଧ୍ୟରେ ୬ଟି ବୁଝାମଣା ପତ୍ର ସ୍ୱକ୍ଷାରିତ ହୋଇଛି । ମାଲଦୀପ ସହିତ ଭାରତର ସୁ-ସମ୍ପର୍କ ରହିଛି । ଦୁଇ ଦେଶ ମଧ୍ୟରେ ସୁ-ସଂପର୍କ ରଖିବା ପାଇଁ ପ୍ରତିବଦ୍ଧ ବୋଲି କହିଛନ୍ତି ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ।