କନକ ବ୍ୟୁରୋ : ଗୋଟେପଟେ ମହାରାଷ୍ଟ୍ରରେ ଚାଲିଛି ମହାନାଟକ । ଅନ୍ୟପଟେ ବିହାରରେ ଦେଖାଗଲାଣି ହଟଚମଟ । ବିହାରରେ ମହାରାଷ୍ଟ୍ର ସ୍ଥିତି ଦେଖାଯିବା ନେଇ ଆଶଙ୍କା ଦେଖାଦେଇଛି । ବିଶେଷ କରି ଜେଡିୟୁ ମୁଖ୍ୟ ନୀତୀଶ କୁମାରଙ୍କୁ ଏବେ ଘାରିଛି ଦଳ ଭିତରେ ଫାଟ ଆଶଙ୍କା । ତେଣୁ ଲଗାତାର ୩ଦିନ ଭିତରେ ତିନିତିନିଥର ଦଳୀୟ ସାଂସଦ ଓ ବିଧାୟକଙ୍କୁ ନେଇ ନୀତିଶ ରୁଦ୍ଧଦ୍ୱାର ବୈଠକ କରିସାରିଲେଣି । ଏନେଇ ରାଜ୍ୟରାଜନୀତି ଚଳଚଂଚଳ ହୋଇପଡିିଛି ।
ବିହାର ରାଜ୍ୟରାଜନୈତିକ ଅସ୍ଥିରତା ଭିତରେ ବିଜେପି ନେତା ସୁଶୀଲ ମୋଦୀଙ୍କ ଏକ ବୟାନକୁ ନେଇ ମଧ୍ୟ ଚର୍ଚ୍ଚା ଚାଲିଛି । ଦୃଢତାସହ ସୁଶୀଳ କହିଛନ୍ତି ଜେଡିୟୁ ଭିତରେ ବିଦ୍ରୋହ ଦେଖାଗଲାଣି ଓ ଖୁବ ଶିଘ୍ର ଦୁଇଫାଳ ହେବ ଦଳ । କିଛି ବିଧାୟକ ଓ ସାଂସଦ ବିଜେପି ସଂଶ୍ପର୍ଷରେ ଥିବା ସେ କହିଥିଲେ ।
ସେପଟେ କର୍ଣ୍ଣାଟକ ରାଜ୍ୟ ରାଜନୀତିରେ ମଧ୍ୟରେ ହଲଚଲ ଦେଖାଦେଇଛି । କର୍ଣ୍ଣାଟକ ବିଜେପି ସହ ଜେଡିଏସ ମେଂଟ କରିବ ବୋଲି ଚର୍ଚ୍ଚା ଜୋର ଧରିଛି । ଏହି ଚର୍ଚ୍ଚାକୁ ଜୋର ଦେଇଛି ପୂର୍ବତନ ମୁଖ୍ୟମନ୍ତ୍ରୀ ଏଚ ଡି କୁମାରସ୍ୱାମୀଙ୍କ ବୟାନ । ଚଳିତବର୍ଷ ଶେଷ ସୁୁଦ୍ଧା ମେଂଟ ହୋଇପାରେ ବୋଲି କୁମାରସ୍ୱାମୀ ସଂକେତ ଦେଇସାରିଲେଣି । ସେପଟେ ପ୍ରଦେଶ ବିଜେପି ମୁଖ୍ୟ ବିଏସ ୟେଦିରୁପ୍ପା ମଧ୍ୟ କୁମାରସ୍ୱାମୀଙ୍କ କଥାକୁ ସମର୍ଥନ କରିବା ଘଟଣା ଗୋଟେ କଥା ସ୍ପଷ୍ଟ କରୁଛି ଯେ ଆଗାମୀ ଦିନରେ ବିଜେପି-ଜେଡିଏସ ମେଂଟ ହେବା ଏକପ୍ରକାର ନିଶ୍ଚିତ ।
ମହାରାଷ୍ଟ୍ର ରାଜନୈତିକ ଅସ୍ଥିରତା ଭିତରେ ବିହାର ଓ କର୍ଣ୍ଣାଟକ ରାଜ୍ୟ ରାଜନୀତିରେ ମଧ୍ୟ ହଲଚଲ ଦେଖା ଦେଇଛି । ଆଗାମୀ ଦିନରେ ଦୁଇ ରାଜ୍ୟର ସ୍ଥିତି କଣ ହେବ ଏହା ଉପରେ ସମସ୍ତଙ୍କ ନଜର ରହିଛି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2023/07/33_00000.jpg)