ସମାଜବାଦୀ ପାର୍ଟିକୁ କାଉଣ୍ଟର କରିବାକୁ ଯୋଗୀଙ୍କ ଉଦ୍ୟମ । ଦଳିତଙ୍କ ଘରେ କଲେ ମଧ୍ୟାହ୍ଣ ଭୋଜନ, ଅଖିଳେଶଙ୍କୁ କଲେ ଟାର୍ଗେଟ

132

କନକ ବ୍ୟୁରୋ : ଉତ୍ତରପ୍ରଦେଶ ବିଧାନସଭା ନିର୍ବାଚନ ପାଖେଇ ଆସିବା ସହ ରାଜ୍ୟ ରାଜନୀତି ସରଗରମ ହୋଇ ଉଠିଛି । ଗତ କିଛି ଦିନ ଧରି ଯୋଗୀ କ୍ୟାବିନେଟ୍‌ରୁ ୩ ମନ୍ତ୍ରୀଙ୍କ ଇସ୍ତଫା ସମେତ ମୋଟ୍‌ ୮ ଜଣ ନେତା ଦଳ ଛାଡ଼ିଛନ୍ତି । ଇସ୍ତଫା ଦେଇଥିବା ୩ ମନ୍ତ୍ରୀ ହେଉଛନ୍ତି ଓବିସି ନେତା । ସମସ୍ତ ଇସ୍ତଫା ଦେଇଥିବା ଓବିସି ନେତା ଦାବି କରୁଛନ୍ତି ଯେ ବିଜେପି ସରକାର ପଛୁଆ ବର୍ଗକୁ କରିଥିବା ଅବହେଳା ପାଇଁ ସେମାନେ ଦଳ ଛାଡ଼ୁଛନ୍ତି । କିନ୍ତୁ ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଶୁକ୍ରବାର ଦିନ ଓଲଟା ଗେମ୍‌ ଖେଳିଛନ୍ତି ।