କନକ ବ୍ୟୁରୋ :ମୌସୁମୀ କେରଳ ଛୁଇଁବାର ପ୍ରଥମ ୩-୪ ଦିନ ଦ୍ରୁତ ଗତିରେ ବିଭିନ୍ନ ଦକ୍ଷିଣ ରାଜ୍ୟ ଓ ଉତ୍ତର-ପୂର୍ବାଞ୍ଚଳକୁ ଛୁଇଁଥିଲା । ଏହି ସମୟରେ କେରଳ, ତାମିଲନାଡ଼ୁ, କର୍ଣ୍ଣାଟକ, ଦକ୍ଷିଣ ମହାରାଷ୍ଟ୍ର ଆଦି ରାଜ୍ୟରେ ସ୍ୱାଭାବିକଠାରୁ ୪୦ ପ୍ରତିଶତ ଅଧିକ ବର୍ଷା ହୋଇଥିବା ରେକର୍ଡ କରାଯାଇଛି ।ତେବେ ପ୍ରଥମ କିଛି ଦିନ ସମୟାନୁବର୍ତ୍ତୀ ରହିବା ପରେ ମୌସୁମୀ ବାୟୁର ଗତି ଟିକିଏ ଧୀମେଇ ଯ଼ାଇଥିବା ଘରୋଇ ପାଣିପାଗ ସଂସ୍ଥା ସ୍କାଏମେଟ କହିଛନ୍ତି । ଏଣୁ ଗତ ଦୁଇଦିନ ହେଲା ତାମିଲନାଡ଼ୁ ଓ ଉତ୍ତରପୂର୍ବ ରାଜ୍ୟଗୁଡ଼ିକରେ ବର୍ଷା ପରିମାଣ କମିଯ଼ାଇଛି ।
Kanak News is now on WhatsApp
Join and get latest news updates delivered to you via WhatsApp
ତେବେ ଆଶ୍ୱସ୍ତିର ବିଷୟ ହେଉଛି ବଙ୍ଗୋପସାଗରେ ଆସନ୍ତା ୧୧ ତାରିଖ ବେଳକୁ ସୃଷ୍ଟି ହେବାକୁ ଥିବା ଲଘୁଚାପ ପୁଣି ମୌସୁମୀକୁ ସକ୍ରିୟ କରିବ । ଏହାର ପ୍ରଭାବରେ ଓଡ଼ିଶା ସମେତ ସମଗ୍ର ପୂର୍ବଭାରତରେ ଠିକ ସମୟରେ ମୌସୁମୀ ସକ୍ରିୟ ହୋଇ ପ୍ରବଳ ବର୍ଷା କରାଇବ । ଏହି ଲଘୁଚାପ ପ୍ରଭାବରେ ୧୦ ତାରିଖଠାରୁ ଆରମ୍ଭ କରି ଜୁନ ୧୫ ପର୍ଯ୍ୟନ୍ତ ଓଡ଼ିଶା, ପଶ୍ଚିମବଙ୍ଗ, ଛତିଶଗଡ଼, ଝାଡ଼ଖଣ୍ଡ, ଆନ୍ଧ୍ରପ୍ରଦେଶରେ ପ୍ରବଳ ବର୍ଷା ହେବ । ଏପରିକି ଏହି ଲଘୁଚାପ ପ୍ରଭାବରେ ମହାରାଷ୍ଟ୍ରରେ ବି ମୌସୁମୀ ସକ୍ରିୟ ହୋଇ ବର୍ଷା ପରିମାଣକୁ ବୃଦ୍ଧି କରାଇବ ।