ହାତ ନାହିଁ କିନ୍ତୁ ପରିବାର ଚଳାଇବାକୁ ପଛଘୁଂଚା ଦେଉନାହାନ୍ତି । ପାନ ଦୋକାନ ଖଣ୍ଡିଏ କରିଛନ୍ତି, ପରିବାର ଚଳାଉଛନ୍ତି । ଭିନ୍ନକ୍ଷମ ହୋଇ ବି ମିଳିନାହିଁ ପ୍ରମାଣପତ୍ର

415

କନକ ବ୍ୟୁରୋ : ଦୁର୍ଘଟଣା ସିନା ଯନ୍ତ୍ରଣା ଦେଇଛି କିନ୍ତୁ ଜୀବନ ଗତିପଥକୁ ରୋକି ପାରିନାହିଁ । ପ୍ରଶାସନ କି କମ୍ପାନୀର ସହଯୋଗ ମିଳିନି, ତଥାପି ଆଗକୁ ବଢିଛନ୍ତି ଦୁର୍ଘଟଣାରେ ଗୋଟିଏ ହାତ ହରାଇଥିବା ଅନୁଗୁଳ କଣିହାଁ ଟେଲ କୋବଡା ବସ୍ତିର ଲାଲମୋହନ ମୁର୍ମୁ । ଅଘଟଣ ପରେ ପରିବାର ପ୍ରତିପୋଷଣ ପଥ ବଦଳି ଯାଇଛି । କମ୍ପାନୀ ପଇସା ନୁହେଁ ପାନ ଦୋକାନ କରି ୬ ପ୍ରାଣି ପରିବାର ମୁଁହରେ ଦାନା ଦେଉଛନ୍ତି ଦିବ୍ୟାଙ୍ଗ ଲାଲମୋହନ ।

ଲାଲମୋହନ କଣିହାଁ ଏନଟିପିସିରେ ଶ୍ରମିକ ଭାବେ କାମ କରୁଥିଲେ । ୪ଝିଅ ଓ ସ୍ତ୍ରୀଙ୍କୁ ନେଇ ସୁଖେଦୁଃଖେ ସଂସାର ଚାଲିଥିଲା । ହେଲେ ୨୦୦୨ ମସିହାରେ ଏକ ଆକସ୍ମିକ ଘଟଣାରେ ଲାଲମୋହନଙ୍କ ହାତ କଟିଯିବା ପରେ ସବୁ କିଛି ଦୁଃଖରେ ବଦଳି ଗଲା । ଦୁର୍ଘଟଣା ପରେ ଏନ୍ଟିପିସି ପକ୍ଷରୁ କୌଣସି ସହାୟତା ମିଳିନାହିଁ, କି ପ୍ରଶାସନ ପକ୍ଷରୁ ଭିନ୍ନକ୍ଷମ ପ୍ରମାଣ ପତ୍ରଟିଏ ମିଳିନାହିଁ । ଏଭଳି ସ୍ଥିତିରେ ଏକ ଭଙ୍ଗା କୁଡିଆରେ ଜୀବନ କାଟୁଛନ୍ତି ଲାଲମୋହନଙ୍କ ପରିବାର ।