ଦୀର୍ଘଦିନ ପରେ ପୁରୀରେ ଜମିଲାଣି ପର୍ଯ୍ୟଟକଙ୍କ ଭିଡ । ୬ ମାସ ପରେ ଜନଗହଳି ଦିଶିଲା ପୁରୀ ସମୁଦ୍ର କୂଳ

628

କନକ ବ୍ୟୁରୋ : ପୁଣି ଥରେ ପୁରୀରେ ଦେଖିବାକୁ ମିଳିଲାଣି ପର୍ଯ୍ୟଟକଙ୍କ ଭିଡ । ପୁରୀ ସମୁଦ୍ର ବେଳାଭୂମିରେ ହଜାର ହଜାର ସଂଖ୍ୟାରେ ରାଜ୍ୟ ଓ ରାଜ୍ୟ ବାହାରର ପର୍ଯ୍ୟଟକ ମନୋରଂଜନ କରୁଥିବା ଦେଖିବାକୁ ମିଳିଛି । କୋଭିଡେ କଟକଣା ଯୋଗୁ ପୁରୀକୁ କାହାରିକୁ ଆସିବାକୁ ମନା ଥିବା ବେଳେ ଏବେ ଏହି କଟକଣା ହଟିଛି ।

ଫଳରେ ସମୁଦ୍ର କୂଳର ମଜା ନେଉଛନ୍ତି ପର୍ଯ୍ୟଟକ । ଦୀର୍ଘ ୬ ମାସ ଧରି ଖାଁ ଖାଁ ଲାଗୁ ଥିବା ବେଳାଭୂମି ପୁଣି ଜନଗହଳି ହୋଇପଡିଛି । ଅନ୍ୟପଟେ ପର୍ଯ୍ୟଟକ ଆସିବା ପରେ ବ୍ୟବସାୟୀମାନେ ନିଜ ବେପାରକୁ ନେଇ ଅଧିକ ଆଶାବାଦୀ ହୋଇପଡିଛନ୍ତି । ଏଣିକି ଦିପଇସା ରୋଜଗାର ହେବ ବୋଲି ସେମାନେ ଆଶା ରଖିଛନ୍ତି । ତେବେ ସୁରକ୍ଷା ଦୃଷ୍ଟିରୁ ପ୍ରଶାସନ ପକ୍ଷରୁ ପୋଲିସ ମୁତୟନ ହୋଇଛନ୍ତି ।