ପୁଣି ବଢିଲା ତୈଳ ଦର: ଗୋଟିଏ ଦିନ ବ୍ୟବଧାନରେ ପେଟ୍ରୋଲ ଦର ୯ ପଇସା ଓ ଡିଜେଲ ୧୬ ପଇସାକୁ ବୃଦ୍ଧି

477

କନକ ବ୍ୟୁରୋ: ନିର୍ବାଚନ ସରିଲା, ତେଲ ଦର ବଢିଲା । ନିୟମିତ ବଢିଚାଲିଛି ପେଟ୍ରୋଲ ଓ ଡିଜେଲ ଦର । ଗୋଟିଏ ଦିନ ବ୍ୟବଧାନରେ ପୋଟ୍ରୋଲ ଦର ୯ ପଇସା ଓ ଡିଜେଲ ଦର ୧୬ ପିସା ବୃଦ୍ଧି ପାଇଛି । ଭାରତୀୟ ଅର୍ଥନୀତିରେ ମାନ୍ଦାବସ୍ଥା କାରଣରୁ ତେଲ ଆମଦାନୀ କମୁଛି । ଅଧିକ ଦିନ ମାନ୍ଦାବସ୍ଥା ରହିପାରେ ବୋଲି ଅର୍ଥନୀତିଜ୍ଞମାନେ ଆକଳନ କରିଛନ୍ତି । ତେଲ ଆମଦାନୀ ଦେଖାଦେଇଥିବା ହ୍ରାସକୁ ବିଚାର କରି ଏଭଳି କରାଯାଇଛି ।

ତେବେ ତେଲ ଆମଦାନୀ କମ ଯୋଗୁଁ ଖୁଚୁରା ବଜାରରେ ପେଟ୍ରୋଲ ଓ ଡିଜେଲ ଦର ବୃଦ୍ଧି ପାଉଛି । ଚଳିତ ବର୍ଷ ତେଲ ଆମଦାନୀର ମାତ୍ର ୩.୫ ପ୍ରତିଶତ ବୃଦ୍ଧି ହେବ ବୋଲି କୁହାଯାଉଛି । ଏହାର ଅର୍ଥ ହେଉଛି ଦେଶ ଭିତରେ ଏଧିକ ପରିମାଣର ପେଟ୍ରୋଲ ଓ ଡିଜେଲ ବିକ୍ରି ହେଉନାହିଁ । ସେଥିପାଇଁ ତେଲ ବିଶୋଧନ କରୁଥିବା କଂପାନୀ ଗୁଡିକ ତେଲ କିଣୁନାହାଁନ୍ତି । ତେଲର ଆମଦାନୀ ଓ ବିକ୍ରି କରିବା ଅର୍ଥନୀତି ପାଇଁ କ୍ଷତିକାରକ ସାବ୍ୟସ୍ତ ହେବ ବୋଲି ବିଶେଷଜ୍ଞମାନେ କହିଛନ୍ତି ।