କନକ ବ୍ୟୁରୋ : ଲକଡାଉନ ପରେ ହେବ ବିଶ୍ୱବିଦ୍ୟାଳୟ ସ୍ତରରେ ସମସ୍ତ ପରୀକ୍ଷା । ୟୁଜିସି ଗାଇଡଲାଇନକୁ ତଜର୍ମା କରିବା ପରେ ନିଷ୍ପତି ନିଆଯିବ ବୋଲି କହିଥିଲେ ଉଚ୍ଚ ଶିକ୍ଷା ମନ୍ତ୍ରୀ ଅରୁଣ ସାହୁ । ଓଡିଶା ପରିପ୍ରେକ୍ଷୀରେ ଯାହା ଠିକ ହେବ, ସେହି ଅନୁସାରେ ପଦକ୍ଷେପ ନିଆଯିବ ବୋଲି ମନ୍ତ୍ରୀ କହିଛନ୍ତି । ଏନେଇ ଏକ ଉଚ୍ଚ ସ୍ତରୀୟ ମିଟିଂ ହେବ ।
ତା ପରେ ଏ ସଂପର୍କରେ ସବିଶେଷ ତଥ୍ୟ ଦିଆଯିବ । ଜୁନ ୧୭ ପରେ ଯେକୌଣସି ସମୟରେ ହୋଇପାରେ ପରୀକ୍ଷା । ତେଣୁ ଛାତ୍ରଛାତ୍ରୀ ପାଠପଢାରେ ମନୋନିବେଶ କରନ୍ତୁ ବୋଲି ମନ୍ତ୍ରୀ ଅରୁଣ ସାହୁ କହିଛନ୍ତି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2020/04/ARUN.jpg)