କନକ ବ୍ୟୁରୋ: ଓଡ଼ିଶାରେ କରୋନା ସଂକ୍ରମଣ ବଢୁଥିବା ନେଇ କେନ୍ଦ୍ର ସ୍ୱାସ୍ଥ୍ୟ ସଚିବଙ୍କ ଚିଠି ପରେ ପ୍ରତିକ୍ରିୟା ରଖିଲେ ରାଜ୍ୟ ସ୍ୱାସ୍ଥ୍ୟ ନିର୍ଦ୍ଦେଶକ ବିଜୟ ମହାପାତ୍ର । ସେ କହିଛନ୍ତି, ଜାତୀୟ ହାର ତୁଳନାରେ ରାଜ୍ୟରେ କୋଭିଡ୍ ସ୍ଥିତିି ଭଲ ରହିଛି । ସଂଦୀଗ୍ଧ ସଂକ୍ରମିତଙ୍କ ଟ୍ରାକିଂ ନିୟମିତ କରାଯାଉଛି । ଧାର୍ଯ୍ୟ ଲକ୍ଷ ଅନୁସାରେ ରାଜ୍ୟରେ ଟେଷ୍ଟିଂ କରାଯାଉଛି । ଏବେ ବର୍ଷା କାରଣରୁ କିଛି ପରିମାଣରେ ଟେଷ୍ଟିଂ କମିଛି । ନଭେମ୍ବର ମାସରେ ପଜିଟିଭି ରେଟ୍ ଦେଶରେ ୧ ଦଶମିକ ୧ ଥିବା ବେଳେ ରାଜ୍ୟରେ ଶୂନ ଦଶମିକ ୪ ପ୍ରତିଶତ ରହିଛି ।

Advertisment

ସେହିପରି ପ୍ରତି ଲକ୍ଷେରେ ଦେଶରେ ହାରାହାରି ୨ ହଜାର ୬୮୫ ପରୀକ୍ଷା କରାଯାଉଥିବା ବେଳେ ଓଡ଼ିଶାରେ ପ୍ରତି ଲକ୍ଷେରେ ହାରାହାରି ୪ ହଜାର ୫୪୨ କୋଭିଡ୍ ଟେଷ୍ଟ କରାଯାଉଛି । ସେହିପରି ମୃତ୍ୟୁ ହାର ଜାତୀୟ ସ୍ତରରେ ୧ ଦଶମିକ ୩ ପ୍ରତିଶତ ରହିଥିବା ବେଳେ ରାଜ୍ୟରେ ମୃତ୍ୟୁହାର ରହିଛି ଶୂନ ଦଶମିକ ୮ ପ୍ରତିଶତ । ଟେଷ୍ଟିଂ, ଟ୍ରାକିଂ ଓ ଟ୍ରିଟମେଂଟକୁ ଗୁରୁତ୍ୱ ଦିଆଯାଉଥିବା ବିଜୟ ମହାପାତ୍ର କହିଛନ୍ତି । ରାଜ୍ୟର ୬ ଜିଲ୍ଲାରେ କୋଭିଡ୍ ପରୀକ୍ଷା ଠିକ୍ ଭାବେ କରାଯାଉନଥିବା ନେଇ ଚିଠି ଲେଖି ଅସନ୍ତୋଷ ପ୍ରକାଶ କରିଥିଲେ କେନ୍ଦ୍ର ସ୍ୱାସ୍ଥ୍ୟ ସଚିବ ।