ଲେମ୍ବୁ ପରେ ଏବେ ଆମ୍ବ ଦର ଆକାଶ ଛୁଆଁ: କିଲୋ ପ୍ରତି ୧୦୦ରୁ ୧୮୦ ଟଙ୍କାରେ ଆମ୍ବ କିଣୁଛନ୍ତି ଗ୍ରାହକ

692

କନକ ବ୍ୟୁରୋ: ଆମ୍ବକୁ ଫଳ ଭିତରେ ରାଜା କୁହାଯାଏ । ବିଶେଷକରି ଗ୍ରୀଷ୍ମ ରୁତୁରେ ଆମ୍ବ ପ୍ରଚୁର ପରିମାଣରେ ଫଳିଥାଏ । କିନ୍ତୁ ଚଳିତ ବର୍ଷ ପ୍ରତିକୂଳ ପାଗ ଯୋଗୁଁ ରୁତୁ ଆରମ୍ଭ ହୋଇଥିଲେ ମଧ୍ୟ ଆମ୍ବ ଦର ଆକାଶ ଛୁଆଁ ରହିଛି । ମାର୍ଚ୍ଚ ଓ ଏପ୍ରିଲ ମାସରେ ନିଅଂଟିଆ ବର୍ଷା ଯୋଗଗୁଁ ଅମ୍ବ ଫସøଲ ପ୍ରଭାବତି ହୋଇଛି । ବଜାରକୁ ଆସୁଥିବା ଅମ୍ବରେ ହତ ମାରି ହେଉନାହିଁ ।

ଲେମ୍ବୁ ପରେ ଏବେ ବଜାରରେ ଆମ୍ବ ଦର ଆକାଶ ଛୁଆଁ । ମହାବିଷୁବ ପଣା ସଂକ୍ରାନ୍ତି ପରେ ବଜାରରେ ଆମ୍ବ ଉପଲବ୍ଧ ହୋଇଥାଏ । ଚଳିତ ବର୍ଷ ମାର୍କେଟରେ ଆମ୍ବ ମିଳୁଥିଲେ ମଧ୍ୟ ଏହାର ଦର ଢେର ଅଧିକା ରହିଛି । କଳାହାଣ୍ଡି ଧର୍ମଗଡ଼ରେ ଗତବର୍ଷ ଏହି ସମୟରେ ଆମ୍ବ ଦର ୫୦ରୁ ୬୦ ଟଙ୍କା ଥିବା ବେଳେ ଚଳିତ ବର୍ଷ ୧୦୦ରୁ ୧୮୦ରୁ ଟଙ୍କା ଭିତରେ ରହିଛି । ଖୁଚୁରା ବଜାରରେ ବାଇଗଣ ପଲେଇ ଆମ୍ବର ଦର ପାଖାପାଖି ଦେଢଶହ ଟଙ୍କା ଥିବା ବେଳେ ସୁନ୍ଦରୀ ଆମ୍ବର ଦାମ୍ ୧୦୦ ଟଙ୍କା ରହିଛି । ଦର ବୃଦ୍ଧିକୁ ନେଇ ବ୍ୟବସାୟୀ କୁହନ୍ତି ଚଳିତ ବର୍ଷ ଲୋକାଲ ଆମ୍ବ ବାହାରି ନହିଁ । ସ୍ଥାନୀୟ ବଗିଚା ଗୁଡ଼ିକରେ ବିଗତ ବର୍ଷ ଅପେକ୍ଷା ୫୦ ପ୍ରତିଷତରୁ କମ୍ ଆମ୍ବ ଫଳିଛି ।

ଧର୍ମଗଡ଼ ଉଦ୍ୟାନ କୃଷି ବିଭାଗର ସୂଚନା ଅନୁସାରେ ଧର୍ମଗଡ଼ ବ୍ଳକରେ ୨୦ ହେକ୍ଟର, ଜୟପାଟଣା ବ୍ଲକରେ ୫୦ ହେକ୍ଟର, କଲମପୁର ବ୍ଲକରେ ୫୬ ହେକ୍ଟର, କୋକସରା ବ୍ଲକରେ ୭୦ ହେକ୍ଟର ଜୁନାଗଡ଼ ବ୍ଲକରେ ୧୦୦ ହେକ୍ଟର ଜମିରେ ଆମ୍ବ ଚାଷ ହୋଇଛି । ସେହିପରି ଗୋଲାମୁଣ୍ଡା ବ୍ଲକରେ ପାଖାପାଖି ୩ଶହ ହେକ୍ଟର ଚାଷ ଜମିରେ ଆମ୍ବ ଚାଷ କରାଯାଇଛି । ଆକଳନ ଅନୁସାରେ ହେକ୍ଟର ପିଛା ୭ରୁ ୧୦ଟନ ଆମ୍ବ ମିଳିଥାଏ । ତେବେ ଚଳିତ ବର୍ଷ ଆମ୍ବ ବଉଳ ଆସିବା ସମୟରେ ପ୍ରତିକୂଳ ପାଗ ଓ ଆରମ୍ଭରୁ ଅତ୍ୟଧିକ ତାତି ଯୋଗୁଁ ଆମ୍ବ ଫସଲ ପ୍ରଭାବିତ ହୋଇଛି ।

ଗତବର୍ଷ ଏହି ସମୟରେ ଧର୍ମଗଡ଼ ଉପଖଣ୍ଡ ଅଂଚଳରେ ବହୁ ପରିମାଣରେ ଆମ୍ବ ଅମଳ ହୋଇଥିଲା । କରୋନା କଟକଣା ସତ୍ୱେ ଚାଷୀ ଭଲ ଦୁଇ ପଇସା ରୋଜଗାର ମଧ୍ୟ କରିଥିଲେ । ଚଳିତ ବର୍ଷ ଆମ୍ବ ଚାଷୀଙ୍କ ରୋଜଗାରକୁ ନେଇ ଆଶଙ୍କା ପ୍ରକାଶ ପାଇଛି ।