କନକ ବ୍ୟୁରୋ: ଦଳ ଛାଡିବା ପରେ ବିଜେପି ଉପରେ ବର୍ଷିଛନ୍ତି ଲେଖାଶ୍ରୀ ସାମନ୍ତସିଂହାର । ଓଡିଶା ବିଜେପି ଏକ ରାଜନୈତିକ ଦଳ ହୋଇ ରହିନାହିଁ ବରଂ ଏଠି ଜାଗିରଦାରୀ ସିଷ୍ଟମ୍ ଚାଲିଛି ବୋଲି କହିଛନ୍ତି ଲେଖାଶ୍ରୀ । ରାଜ୍ୟ ବିଜେପିରେ କଣ ଘଟୁଛି ସବୁ କଥା କେନ୍ଦ୍ର ନେତୃତ୍ୱଙ୍କୁ ରାଜ୍ୟ ନେତୃତ୍ୱ ଜଣାଉନାହାନ୍ତି । କେନ୍ଦ୍ରୀୟ ନେତୃତ୍ୱଙ୍କୁ ଅନ୍ଧାରରେ ରଖାଯାଉଛି । ଦଳ ଭିତରେ ନେତୃତ୍ୱଙ୍କ ମଧ୍ୟରେ ଏକତା ନାହିଁ । ନିଜ ନିଜ ଭିତରେ ସଂସଦୀୟ କ୍ଷେତ୍ର ଭାଗ ବଂଟା ହୋଇ ଲଢେଇ ଚାଲିଛି । ଦଳରେ ଶତପ୍ରତିଶତ କାମ କରୁଥିବା କର୍ମୀଙ୍କ ସ୍ଥାନ ନାହିଁ । କି କାମ କରିବାର କୌଣସି ସୁଯୋଗ ନାହିଁ, ତେଣୁ ବିଜେପି ଛାଡି ବିଜେଡିରେ ମିଶିଥିବା କହିଛନ୍ତି ଲେଖାଶ୍ରୀ ସାମନ୍ତସିଂହାର ।